No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁଲାଇ ରବିବାର/ମାଲକାନଗିରି :- ମାଲକାନଗିରି ସ୍ଥିତ ଗୋନ୍ଦିପାଲି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ସମ୍ମନୀତ ଆଦିବାସୀ ବିକାଶ ସ°ସ୍ଥାର ନୂତନ ପ୍ରକଳ୍ପ ପ୍ରଶାସକ ଭାବେ ଯୋଗ ଦେଇଥିବା ଶ୍ରୀ ତ୍ରୀନାଥ ମାଝୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଜବାହର ନବୋଦୟ ବିଦ୍ୟାଳୟର ୧୯୯୯ ବ୍ୟାଚର ମେଧାବୀ ଛାତ୍ର , ନିଜର ଅକ୍ଲାନ୍ତ ପରିଶ୍ରମ ଓ ସ୍ୱଛ ନିର୍ମଳ ଭାବମୁର୍ତ୍ତୀ ପାଇଁ ଆଜି ଆଦିବାସୀ ଅଧ୍ୟୁଷିତ ଅ°ଚଳର ଜଣେ ପ୍ରକଳ୍ପ ପ୍ରଶାସକ ହିସାବରେ ନିଯୁକ୍ତ ପାଇଥିବାରୁ ସବୁଆଡୁ ଅଭିନନ୍ଦନର ସୁଅ ଛୁଟିଛି ।
ଆଜି ଏକ ବିଶେଷ କାର୍ଯ୍ୟକ୍ରମ ରେ ଗୋନ୍ଦିପାଲି ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ପୋଲିଟେକନିକ ମହାବିଦ୍ୟାଳୟର ପ୍ରିନ୍ସପାଲ ଜୀବନ ଜ୍ୟୋତି, ନବୋଦୟର ପୁରାତନ ଛାତ୍ର ଭାଗୀରଥି ବେହେରା, ଟଙ୍କଧର ଜାନୀ,ଯୂବ ରାଜନେତା ଆଡମା ରାବା ,ସୁଧୀର ସିକଦାର, ଲକ୍ଷ୍ମୀଧର ମାଝୀ, କେନାରାମ ସରକାର,ବିଜୟଲକ୍ଷ୍ମୀ ଚୈଧୁରୀ, ସ°ଯୁକ୍ତା ହନ୍ତାଳ,ତାପସୀ ଲସ୍କର ଓ ଅନ୍ୟ ପୁରାତନ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି
ଶ୍ରୀ ମାଝୀଙ୍କୁ ଫୁଲତୋଡା ଓ ଉତ୍ତରୀୟ ପିନ୍ଧାଇ ସମ୍ବର୍ଦ୍ଧିତ କରିବା ସହ ବିଦ୍ୟାଳୟରେ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ହୋଇଯାଇଛି । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ତ୍ରିନାଥ ମାଝୀ ସମସ୍ତଙ୍କ ସହଯୋଗ କାମନା କରି କହିଛନ୍ତି ଯେ ମାଲକାନଗିରି ଜିଲ୍ଲାର ସମସ୍ତ ଆଦିବାସୀ ମାନଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାକୁ ସୁଦ୍ରୁଢ ସହ ଅ°ଚଳର ବିକାଶକୁ ପ୍ରାଥମିକତା ଦେବେ । ଏଥିସହ ଆଜିର କାର୍ଯ୍ୟକ୍ରମକୁ ଆୟୋଜିତ କରିଥିବା ନବୋଦୟ ପରିବାରର ସମସ୍ତ ସଦସ୍ୟ°କୁ ଧନ୍ୟବାଦ ଦେଇଛନ୍ତି ।

No Result
View All Result