No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୯ ଜୁଲାଇ ଶନିବାର/ମାଲକାନଗିରି, ପଡିଆ :- ମାଲକାନଗିରି ଜିଲ୍ଲା ଏମଭି ୭୯ ଗ୍ରାମର ସଂଗ୍ରାମ, ଜଣେ ଇଞ୍ଜିନିୟର ଭାବେ ଦୀର୍ଘ ବର୍ଷ କାମ କରିବା ସତ୍ତ୍ୱେ ଆତ୍ମନିର୍ଭରଶୀଳ ହେବା ପାଇଁ ମାଛ ଚାଷୀ କରି ଆଜି ଜଣେ ସଫଳ ମାଛ ଚାଷୀ ପାଲଟିବା ସହ ଉଦାହରଣ ପାଲଟିଛନ୍ତି ସ୍ଥାନୀୟ ଅଞ୍ଚଳ ପାଇଁ । ଦୀର୍ଘ ୧୫ ବର୍ଷ ଧରି ସୁଦୂର ମହାରାଷ୍ଟ୍ରରେ ଏକ ପ୍ରତିଷ୍ଟିତ କମ୍ପାନୀରେ ସହାୟକ ଇଞ୍ଜିନିୟର ଭାବେ କାମ କରିଥିବା ସଂଗ୍ରାମ କରୋନା ପ୍ରକୋପ ବେଳେ ନିଜ ଘରକୁ ଫେରିଥିଲେ । ଏହାପରେ ନିଜେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ଚିନ୍ତିତ ଥିଲେ । ଏହି ସମୟରେ ୟୁଟ୍ୟୁବରେ ଜୈବପୁଞ୍ଜ ପଦ୍ଧତିରେ ମାଛ ଚାଷ ଦେଖି ପଡିଆ ମତ୍ସ୍ୟଚାଷ ବିଭାଗ ସହଯୋଗରେ ୬ଟି ଟାଙ୍କିରେ ମାଛ ଚାଷ ଆରମ୍ଭ କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ ଦୁଇ ହଜାର ତେଲାପୋଇ ଯାଆଁଳା କୁ ନେଇ ଚାଷ ଆରମ୍ଭ କରିଥିବା ସଂଗ୍ରାମ ଏବେ ରୋହି, ଭାକୁର, ଦେଶୀ ମାଗୁର ଭଳି ଏକାଧିକ ପ୍ରଜାତିର ମାଛ ଯାଆଁଳା ନେଇ ଚାଷ କରିବା ଆରମ୍ଭ କଲେଣି । ଏଥିପାଇଁ ସଂଗ୍ରାମ ଘରଠାରୁ ଦୂରରେ ରହି ନିଜର ଇଞ୍ଜିନିୟରିଂ ଚାକିରୀ ସମୟ କଥାକୁ ମନେ ପକାଇ ଥିଲେ ମଧ୍ୟ ମାଛ ଚାଷୀ ଭାବେ ମିଳିଥିବା ସଫଳତା ତାଙ୍କୁ ସ୍ୱାବଲମ୍ବୀ କରିବା ସହ ଜୀବନର ଗତିପଥକୁ ବଦାଳାଇ ଦେଇଥିବା କହିଛନ୍ତି ।
ବର୍ତ୍ତମାନର ଯୁବପିଢ଼ି ଚାକିରୀ ମିଳୁନଥିବା କହି ବିଷାଦର ଶୀକାର ହେଉଥିବା ବେଳେ ଘରୋଇ ଚାଷ କରି ମଧ୍ଯ ସ୍ୱାବଲମ୍ବୀ ହୋଇପାରିବା ବୋଲି ସଂଗ୍ରାମ ଯୁବପିଢ଼ିଙ୍କୁ ବାର୍ତ୍ତା ଦେଇଛନ୍ତି । ଅନ୍ୟପଟେ ଏଭଳି ମତ୍ସ୍ୟ ଚାଷ ସ୍ଥାନୀୟ ଅଞ୍ଚଳ ପାଇଁ ଅଭିନବ ହୋଇଥିବା ବେଳେ ଏଭଳି ଚାଷ ପଦ୍ଧତି ସ୍ଥାନୀୟ ଅଞ୍ଚଳ ମତ୍ସ୍ୟ ଅଭାବକୁ ପୂରଣ କରିବ ବୋଲି କୁହାଯାଉଛି ।

No Result
View All Result