ଓଡ଼ିଶା ତାଜା ନ୍ୟୁଜ୍/୯ ଜୁଲାଇ ଶନିବାର/ପଡିଆ :- ପଡ଼ିଆ ରେ ପବିତ୍ର ବାହୁଡା ଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି lଝିପି ଝିପି ବର୍ଷା ସତ୍ୱେ ବାହୁଡା ଯାତ୍ରା ରେ ଭକ୍ତ ମାନଙ୍କ ପ୍ରବଳ ଭି ହୋଇଥିଲା l ରଥ ଉପରେ ୩ ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ପଡ଼ିଆ ସଦରମହକୁମା ସମେତ ଆଖପାଖ ଅଂଚଳ ର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା l
ସକାଳୁ ସକାଳୁ ମଙ୍ଗଳ ଆଳତିସହ ମଇଲମ, ରୋଷ ଘର ହୋମ, ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା, ଅନୁଷ୍ଠିତ ହୋଇଥିଲା l ପରେ ତିନି ଠାକୁରଙ୍କୁ ରଥ ଉପରକୁ ପହଣ୍ଡିବିଜେ କରାଯଇଥିଲା l ୪ ଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା l ରଥ ଟାଣିବା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିଲା ।














