ଓଡ଼ିଶା ତାଜା ନ୍ୟୁଜ୍/୮ ଜୁଲାଇ ଶୁକ୍ରବାର/ମାଲକାନଗିରି,ଶିଖପାଲ୍ଲୀ :- ଶିଖପାଲ୍ଲୀ ସମଵାୟ ସମିତିର ଉପସଭାପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆଜି ଶେଷ ହୋଇଯାଇଛି । ଆଜି ବିଜେଡି ସମର୍ଥିତ ଶିଖପାଲ୍ଲୀ ସମବାୟ ସମିତିର ମାଳତି କଵାସି ନିର୍ଦ୍ଵନ୍ଦରେ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି, ମାଲକାନଗିରି ଜିଲ୍ଲା ସାଙ୍ଗଠନିକ ସଂପାଦକ ଶ୍ରୀ ନୃସିଂହ ଚରଣ ମହାନ୍ତି,
ବିଜୁ ଯୁବ ଜନତାର ସଭାପତି ଶ୍ରୀ ଆଡମା ରାବା, ଶିଖପାଲ୍ଲୀ ସମବାୟ ସମିତିର ସଭାପତି ତଥା ଚାଲାଣଗୁଡା ସରପଞ୍ଚ ଶ୍ରୀ ଅରକ୍ଷିତ ନାୟକ, ବରିଷ୍ଠ ଆଇନଜୀବି ଶ୍ରୀ ଲମ୍ବୋଦର ତୁରୁକ, ଯୁବ ନେତା ରବି ରାକେଶ, ଅମରେଶ ମିର୍ଦ୍ଧା, ମୁକେଶ ମିର୍ଦ୍ଧା ଓ ଶିଖପାଲ୍ଲୀ ସମବାୟ ସମିତିର ଏମ୍ ଡି ସିଏଚ ଜନାର୍ଦ୍ଦନ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।













