No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୮ ଜୁଲାଇ ଶୁକ୍ରବାର/ପଡିଆ :- ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ବାପାନପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ସିଲାକୋଟା ଗ୍ରାମରେ ଗିଫ୍ଟ୍ ମିଲ୍କ କାର୍ଯ୍ୟକ୍ରମ ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଆମୁଲ କମ୍ପାନୀ ଓ ଜାତୀୟ ଗୋ ବିକାଶ ବୋର୍ଡର ମିଳିତ ସହଯୋଗରେ କାର୍ଯ୍ୟକ୍ରମରେ ସିଲାକୋଟା ସ୍ଥିତ ଆଶ୍ରମ ବିଦ୍ୟାଳୟରେ ପିଲାଙ୍କୁ କୁପୋଷଣ ଦୂରକାରିବା , ସୁସ୍ଥ ଶରୀର ଗଠନ କରିବା, ଉତ୍ତମ ମସ୍ତିଷ୍କ ସମ୍ପନ୍ନ ବ୍ୟକ୍ତି ଗଠନରେ ଦୁଗ୍ଧର ଭୂମିକା ବାବଦରେ ଆଲୋଚନା କରାଯାଇଥିଲା ।
ଗ୍ରାମରେ ପର୍ଯ୍ୟାପ୍ତ ପରିମାଣରେ ଦୁଗ୍ଧ ମିଳୁଥିଲେ ମଧ୍ୟ ସଚେତନତା ଅଭାବରୁ ପିଲାମାନେ ଏହି କ୍ଷୀର ପିଇବାରୁ ବଞ୍ଚିତ ହେଉଥିବା କୁହାଯାଇଥିଲା । ଏଥି ପାଇଁ ମାଲକାନଗିରି ଜିଲ୍ଲାରେ ପ୍ରଥମ କରି ରାଷ୍ଟ୍ରୀୟ କମ୍ପାନୀ ଅମୁଲ୍ ଓ ଜାତୀୟ ଗୋ ବିକାଶ ବୋର୍ଡର ସହଯୋଗରେ ଦୁର୍ଗମ ସିଲାକୋଟା ଗ୍ରାମର ପିଲାଙ୍କୁ ପିଇବା ପାଇଁ ଉତ୍ସାହିତ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଲେଖାଏଁ ଅମୁଲ କୁଲ୍ ଦିଆଯାଇଥିଲା ।
ଏଥିସହ ଆଗାମୀ ଏକ ମାସ ଧରି ସ୍ଥାନୀୟ ପିଲାଙ୍କୁ ଏହି ଦୁଗ୍ଧ ଯୁକ୍ତ ବୋତଲ ଦିଆଯିବ ବୋଲି କୁହାଯାଇଥିଲା । ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳକୁ କୁପୋଷଣ ମୁକ୍ତ କରାନେବା ନେଇ ଉପସ୍ଥିତ ଅଧିକାରୀ ମତ ବ୍ୟକ୍ତ କରିଥିଲେ । ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ, ପିଏ. ଆଇଟିଡିଏ ତ୍ରିନାଥ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଫିସେରୀ ଅଧିକାରୀ, ସ୍ଥାନୀୟ ବିଇଓ ଅସଭ ରଞ୍ଜନ ମାଳି ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result