• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଷ୍ଟ୍ରେଲିଆର କାନ୍‍ବେରା ଠାରେ ରଥଯାତ୍ରା ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
July 8, 2022
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଅଷ୍ଟ୍ରେଲିଆର କାନ୍‍ବେରା ଠାରେ ରଥଯାତ୍ରା ଆୟୋଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/କାନ୍‍ବେରା :- ଅଷ୍ଟ୍ରେଲିଆର ରାଜଧାନୀ କାନ୍‍ବେରା ଠାରେ ଶ୍ରୀଜଗନ୍ନାଥଙ୍କର ଏକାଦଶତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି । ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଆୟୋଜିତ ଏହି ପାର୍ବଣ ପାଇଁ ଶ୍ରୀବିଷ୍ଣୁ ଶିବ ମନ୍ଦିର ସହଯୋଗ କରିଥିଲେ । ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ଚାରି ଠାକୁରଙ୍କ ସମ୍ମୁଖରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ସକାଳ ଧୂପ ଆଦି ରୀତିନୀତି ଧାର୍ମିକ ପ୍ରଥା ଅନୁଯାୟୀ ସମ୍ପନ୍ନ କରାଯାଇଥିଲା ।

ରଥଯାତ୍ରା ଦୃଷ୍ଟିରୁ ଫ୍ଲୋରି ଇଲାକାର ୮୧ନମ୍ବର ର‌୍ୟାଟ୍‍ କ୍ଲିଫ୍ କ୍ରିସେଣ୍ଟ ଠାରେ ସ୍ଥାପିତ ହିନ୍ଦୁ ମନ୍ଦିର ଓ ସାଂସ୍କୃତି କେନ୍ଦ୍ରକୁ ଖୁବ୍‍ ରଙ୍ଗାରଙ୍ଗ ଓ ଆକର୍ଷଣୀୟ ଢଙ୍ଗରେ ସଜା ଯାଇଥିଲା । ଚଳିତ ବର୍ଷ ଘୋଷଯାତ୍ରାରେ ସାମିଲ ହୋଇଥିବା ପ୍ରାୟ ୩୦୦ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଭୁତପୂର୍ବ ଆନନ୍ଦ, ଉତ୍ସାହ, ଉତ୍କଣ୍ଠା, ଉଲ୍ଲାସ ଓ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା । କାନ୍‍ବେରାର ଅଧିବାସୀଙ୍କ ସମେତ ସୁଦୂର ସିଡ୍‍ନୀ, ବ୍ରିସ୍‍ବେନ ଏବଂ ମେଲ୍‍ବର୍ଣ୍ଣ ମହାନଗରୀମାନଙ୍କରୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନେ ମଧ୍ୟ ଆସି ରଥଯାତ୍ରା ମହୋତ୍ସବରେ ବଢ଼ିଚଢ଼ିକି ଭାଗନେଇଥିବା ଦେଖାଯାଇଥିଲା ।ସକାଳ ୧୦ଟା ବେଳେ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ରୋଷଣୀ କରି ୪ ମିଟର ଉଚ୍ଚତା ବିଶିଷ୍ଟ ସୁନ୍ଦର, ସୁଶୋଭିତ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା । ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନି ସହ ଭଜନ କୀର୍ତ୍ତନର ମୃଦ୍ୟୁମନ୍ଦ ନାଦ ମଧ୍ୟରେ ଶ୍ରଦ୍ଧାଳୁମାନେ ହାତରେ ନଚାଇ ନଚାଇ ପ୍ରତିମାମାନଙ୍କୁ ରଥ ଉପରକୁ ନେଇଥିଲେ । ଅଷ୍ଟ୍ରେଲିଆ ହିନ୍ଦୁ ପରିଷଦର ସଭାପତି ପ୍ରକାଶ ମେହେଟ୍ଟା ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଦିନ ୧୧ଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା ।

ଫ୍ଲୋରିର ରାଜରାସ୍ତାରେ ରାଜକୀୟ ଠାଣିରେ ଭକ୍ତମାନଙ୍କ ଗହଣରେ ଗଡ଼ିଚାଲିଥିବା ଅନନ୍ୟ ଓ ଅପରୂପ ରଥଟିକୁ ୨କି.ମି. ପର୍ଯ୍ୟନ୍ତ ଟାଣି ନିଆଯାଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା । ଉପସ୍ଥିତ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆନ୍‍ କ୍ୟାପିଟାଲ୍‍ ଟେରିଟୋରୀ (ଏ.ସି.ଟି) କାନ୍‍ବେରାର ମୁଖ୍ୟମନ୍ତ୍ରୀଙ୍କ ଆଣ୍ଡ୍ରୁ ବାର୍‍ଙ୍କର ପ୍ରତିନିଧି ଦୀପକ ରାଜଗୁପ୍ତା, ଭାରତୀୟ ଦୂତାବାସର ଉପାୟୁକ୍ତ ସୁନୀତ ମେହେଟ୍ଟା, ଉଦ୍ୟୋଗପତି ଶୀକାନ୍ତ ତ୍ରିପାଠୀ, ଆଦିତ୍ୟ ଝୁନ୍‍ଝୁନ୍‍ୱାଲା, ରିଓଜର ଦୁଇ ପୂର୍ବତନ ସଭାପତି ରାଜେନ୍ଦ୍ର ପାଢ଼ୀ ଏବଂ ସୁଜୀତ ଜେନା ତଥା ବର୍ତ୍ତମାନର ସଂଯୁକ୍ତ କୋଷାଧ୍ୟକ୍ଷ ମମତାଜ ଲେଙ୍କା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

ରଥଯାତ୍ରା ଏବଂ ଏହି ଅବସରରେ ଆୟୋଜିତ ଶାନ୍ତି ଯାତ୍ରାର ମୂଳ ଲକ୍ଷ ସମଗ୍ର ମାନବ ସମାଜକୁ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଆସ୍ଥା ଏବଂ ଲିଙ୍ଗ ନିର୍ବିଶେଷରେ ଏକତା ସୂତ୍ରରେ ବାନ୍ଧି ରଖିବା ଥିଲା ବୋଲି ସଂଗଠକମାନେ ପ୍ରକାଶ କରିଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଭାବରେ ନନ୍ଦିନୀ ମେଡିସିଙ୍କ ଦ୍ୱାରା ମଞ୍ଚସ୍ଥ ମନଲୋଭା ଓଡ଼ିଶୀ ନୃତ୍ୟ ଏବଂ କାନ୍‍ବେରା କୀର୍ତ୍ତନ ମଣ୍ଡଳୀ ଦ୍ୱାରା ପରିବେଶିତ ସୁମଧୂର ହରିନାମ ସଂକୀର୍ତ୍ତନ ସାମିଲ ଥିଲା । ସମଗ୍ର ଆୟୋଜନକୁ ସୂଚାରୁ ରୂପେ କାର୍ଯ୍ୟାନ୍ୱୟନ କରିବାରେ ମୁଖ୍ୟ ଆୟୋଜକ ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରର ସଭାପତି ପ୍ରକାଶ ମେହେଟ୍ଟା, ସମ୍ପାଦକ ତରୁଣ ଅଗସ୍ତି, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡ. ନଳିନୀ ପତି ଏବଂ ସନ୍ତୋଷ ଗୁ୍‍ପ୍ତା ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

ଅଷ୍ଟ୍ରେଲିଆର ସୁପ୍ରସିଦ୍ଧ ଜଗନ୍ନାଥ ଧାମ ଠାରେ ଅନୁଷ୍ଠିତ ବହୁ ଆକାଂକ୍ଷିତ ଓ ଦୀର୍ଘ ପ୍ରତିକ୍ଷିତ ଏହି ରଥ ମହୋତ୍ସବକୁ ଅଭୂତପୂର୍ବ ଭାବେ ସଫଳ କରାଇବାରେ ସେଠାକାର ମୁଖ୍ୟ ଓଡ଼ିଆ ସଂଗଠନ ଓ ରିଓଜ, ହିନ୍ଦୁ ପରିଷଦ, ଏ.ସି.ଟି କାନବେରାର ହିନ୍ଦୁ ସମ୍ପ୍ରଦାୟ ଏବଂ ସ୍ଥାନୀୟ ଓଡ଼ିଆ ବାସୀନ୍ଦାଙ୍କର ଭୂମିକା ବେଶ୍‍ ଉଳ୍ଲେଖଯୋଗ୍ୟ ଥିଲା । ରଥଯାତ୍ରା ଉପଲକ୍ଷେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‍ବାନିଜି, ଏ.ସି.ଟି କାନ୍‍ବେରାର ମୁଖ୍ୟମନ୍ତ୍ରୀ ଆଣ୍ଡ୍ର୍ରୁ ବାର୍‍, ସିନେଟର କାଥେରାଇନ ରଥ ଗାଲାଗାର ଓ ବିଧାୟକ ପାଟ୍ରିକ କେନ୍‍ ପ୍ରମୁଖ ହାର୍ଦ୍ଧିକ ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ଜଣାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version