No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ରାଚିଂ-ବିଜୟୱାର୍ଡା ଜାତୀୟ ରାଜପଥର ବୈପାରିଗୁଡା ଗ୍ରାମର ବିରଖମ୍ବ ସାହି ଯିବା ରାସ୍ତା ପାଖରେ ଗୁଣ୍ଡିଚା ମନ୍ଦିର ରହିଥିବା ବେଳେ ଗତ କାଲି ରାତ୍ରି ରେ ଏକ କାର ଭାରସାମ୍ୟ ହରାଇ ରଥକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଝିପି ଝିପି ବର୍ଷା ହେଉଥିବା ବେଳେ ଅନ୍ୟ ଏକ ଗାଡି କୁ ରାସ୍ତା ଦେବାକୁ ଯାଇ ରଥ ସହ ଧକ୍କା ହୋଇଥିବା ଚାଳକ ଜଣକ ପ୍ରକାଶ କରିଛନ୍ତି ।
ରାସ୍ତା କଡରେ ଏତେ ବଡ ରଥ ଠିଆ ହୋଇଥିବା ବେଳେ କେମିତି ଚାଳକ ଜଣକ ରଥକୁ ଦେଖିପାରିଲେ ନାହିଁ ତାହାକୁ ନେଇ ଏବେ ସାଧାରଣରେ ଆଲୋଚନାର ବିଷୟ ହୋଇଛି । କାର ନଂ ଟିଏସ ୦୭ ଜିପି ୪୧୭୬ ହୋଇଥିବା ବେଳେ ଏହି କାର ଟି ହାଇଦାବାଦ ଯାଉଥିବା ସମୟରେ ବୈପାରିଗୁଡା ସ୍ଥିତ ଗୁଣ୍ଡିଚା ମନ୍ଦିର ପାଖରେ ଦୁର୍ଘଟଣା ହୋଇଛି ।
ରାତ୍ରି ସମୟ ହୋଇଥିବାରୁ ସ୍ଥାନୀୟ କିଛି ଯୁବକ ବୈପାରିଗୁଡା ପୋଲିସକୁ ଖବର ଦେବା ସହ ଆହାତ ଚାଳକ ଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିବାର ଜଣାପଡିଛି । କହିବାକୁ ଗଲେ ଅଳ୍ପକେ ବର୍ତିଲେ ଗାଡି ଚାଳକ ଓ ଯାତ୍ରୀ । ଘଟଣାସ୍ଥଳରେ ବୈପାରିଗୁଡା ଥାନା ଅଧିକାରୀ ତଥା ଡିଏସପି ବିରଂଚି ନାରାୟଣ ଜଗତ ପହଂଚି ଦୁର୍ଘଟଣା ଗ୍ରସ୍ତ କାରକୁ ଜବତ କରିବା ସହ ତଦନ୍ତ କରୁଥିବାର ଜଣାପଡିଛି ।
No Result
View All Result