ମାଟ୍ରିକ ପରୀକ୍ଷା : ରୁପ୍ରାରୋଡ ହାଇସ୍କୁଲରୁ ଜଣେ ଏ-୧ ଛାତ୍ରୀ

ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ସରକାରୀ ହାଇସ୍କୁଲରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ବିଦ୍ୟାଳୟର ଅନନ୍ୟା ପ୍ରିୟଦର୍ଶିନୀ ପଟେଲ ୫୪୧ ମାର୍କ ସହ ୯୦.୧୭% ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଗୋଲାମୁଣ୍ଡା ବ୍ଲକ ଚହକା ଗାଁର ରଜନୀ କାନ୍ତ ପଟେଲ, ମାତା ଦେବକୀ ପଟେଲଙ୍କ ଝିଅ ଅନନ୍ୟା ରୁପ୍ରାରୋଡ ମାଲିପଡାରେ ମାମୁଁ ମୁକେଶ ପଟେଲଙ୍କ ଘରେ ରହି ପାଠ ପଢ଼ୁଥିଲେ ।

ପୂର୍ବରୁ ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ଭଲ ନମ୍ବର ରଖି ସପ୍ତମ ଯାଏଁ ପାଠ ପଢ଼ିଥିଲେ । ବିଦ୍ୟାଳୟର ୧୨୯ ଜଣ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଏ-୧ ରୁ ଜଣେ, ଏ-୨ ରୁ ପାଞ୍ଚ ଜଣ, ବି-୧ରୁ ୨୬, ବି-୨ରୁ ୫୫, ସି ରୁ ୩୦, ଡି ରୁ ୧୧ ଓ ଇ ରୁ ଜଣେ ପାସ୍ କରିଥିବା ଜଣାପଡିଛି । ଏ-୧ ଛାତ୍ରୀ ଅନନ୍ୟା ଦୈନିକ ସାତ ଘଣ୍ଟା ପରିଶ୍ରମ କରି ଏହି ସଫଳତା ହାସଲ କରିଥିବା ବେଳେ ଆଗକୁ ଆହୁରି ଭଲଭାବେ ପାଠପଢି ଜିଲ୍ଲାପାଳ ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି ।