No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନା ଠାରୁ ଏକସହ ମିଟର ଦୂରରେ ଥିବା ଢେପସାହି ଯିବା ରାସ୍ତାରେ ଏକ ଭଡା ଘରେ ଚଳାଉଥିବା ଚୌମିନ ତିଆରି କରୁଥିବା ତିନି ଜଣ ଯୁବକ ଗ୍ୟାସ ଖୋଲା କରି କବାଟ ବନ୍ଦ କରି ଶୋଇଥିବା ଅବସ୍ଥାରେ ମୃତୁ ବରଣ କରିଛନ୍ତି । ମୃତ୍ୟୁ ହୋଇଥିବା ତିନିଜଣ ଯୁବକଙ୍କ ନାମ ହେଲା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିମଖଣ୍ଡିର ଅରୁଣ ସାହୁ ଏବଂ ଅନ୍ୟ ଦୁଇଜଣ ହେଲେ ମୋହନା ବ୍ଲକ ଲୁହାଗୁଡି ନିକଟସ୍ଥ କମ୍ପାଗୁଡା ଗ୍ରାମର ପ୍ରଭାକର ଓ ଅନୀଲ ବୋଲି ଜଣାପଡିଛି । ଏହି ଘଟଣା ଦେଖି ସାହି ପଡିଶା କବାଟ ବାଡେଇ ଡାକିଥିଲେ ମଧ୍ୟ କେହି ଘର ନ ଖୋଲିବାରୁ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି କବାଟ ଖୋଲି ଦେଖିବାରୁ ଜନଗଲାକି ତିନି ଜଣ ଯୁବକ ମରି ପଡିଛନ୍ତି ।
ଏହି ଖବର ପାଇ ଘଟଣା ସ୍ଥଳକୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଶବ ୩ଟିକୁ ଡକ୍ଟରଖାନା ନେଇଥିଲେ । ଏହା ପରେ ଘଟଣା ସ୍ଥଳରେ ତହସିଲଦାର କିଶୋର ଚନ୍ଦ୍ର ଦାସ ପହଁଚି ଘଟଣା ସ୍ଥଳ ପରିଦର୍ଶନ କରି ଫେରିଛନ୍ତି । ସେମାନଙ୍କ ଘର ପରିବାର ସଦସ୍ୟଙ୍କୁ ଖବର ଦେଇ ପୋଲିସ ଅଧିକାରୀ ସୁଜିତ କୁମାର ନାୟକ ଡକାଇଥିବା ବେଳେ ମୃତ୍ୟୁ ଶରୀରକୁ ବ୍ୟବଛେଦ ନିମନ୍ତେ ପଠାଇବା ବ୍ୟବସ୍ଥା କରୁଥିବା ପ୍ରକାଶ । ଅଗ୍ନିଶମ ବିଭାଗ ମୁଖ୍ୟ ତାରକାନ୍ତ ମହାପାତ୍ର ନିଜ କର୍ମଚାରୀଙ୍କ ସହ ଶବ ଗୁଡିକୁ ଘରୁ ବାହାର କରି ଡକ୍ଟରଖାନା ପଠାଇବା ବ୍ୟବସ୍ଥା କରିଛନ୍ତି । ଏହି ତିନିଜଣ ଏକ କୋଠରୀ ରେ ସମସ୍ତ କବାଟ ବନ୍ଦ କରି ଗ୍ୟାସ ଲଗାଇ ଶୋଇଥିବା ଅବସ୍ଥାରେ ମୃତୁ ହୋଇଥିବା ଜଣାପଡିଛି ।

No Result
View All Result