No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ପାରଳଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ତି ଠାରେ ଥୁବା ସମବାୟ ସହରାଞ୍ଚଳ ବ୍ୟାଙ୍କ ଲିଃ. ସଭାପତି ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମବାୟ ସହରାଞ୍ଚଳ ବ୍ୟାଙ୍କ ଲିଃ. ପାରଳାଖେମୁଣ୍ତିର ଜୋନ୍ ନଂ-୧୦ର ନିର୍ଦ୍ଦେଶକ ଏନି ଶଙ୍କର ରାଓ ସଭାପତି ଭାବେ ନିର୍ଦ୍ଦନ୍ଦରେ ନିର୍ବାଚିତ ହୋଇ ଥିବାର ନିର୍ବାଚନ ଅଧୂକାରୀ ନାରାୟଣ ସେଠୀ ସୂଚନା ପ୍ରଦାନ କରିଛନ୍ତି । ସମବାୟ ସହରାଞ୍ଚଳ ବ୍ୟାଙ୍କ ଲିଃ ପାରଳାଖେମୁଣ୍ଡିର ସଭାପତି ପଦବୀ ନିମନ୍ତେ ଦିନ ସକାଳ ୧୧ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ଟାପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବା ସମୟ ଧାର୍ଯ୍ୟ ହୋଇଥୁଲା ।
ସଭାପତି ପଦବୀ ସକାଶେ ଶ୍ରୀ ରାଓ ଦିନ ୧୧.୪୫ମିନଟ ସମୟରେ ଏକ ମାତ୍ର ପ୍ରାର୍ଥୀଭାବେ ୪କିତା ନାମାଙ୍କନ ବ୍ୟାଙ୍କ ପରିସରରେ ଥିବା ନିର୍ବାଚନ ଅଧୁକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ ।ତାଙ୍କ ନାମାଙ୍କନ ପତ୍ରରେ ନିର୍ଦ୍ଦେଶକ ଅଭିମନ୍ୟୁ ପଣ୍ତା(ଜୋନ୍ ନଂ-୨), ଲକ୍ଷ୍ମୀକାନୁ ପରିଛା(ଜୋନ୍ ନଂ-୩), ଜମିଦାର ପଟନାୟକ(ଜୋନ ନଂ-୧୦), ଡି ଆପୃାରାଓ (ଜୋନ୍ ନଂ-୪) ପ୍ରସ୍ଥାବକ ଏବଂ ସମର୍ଥକ ଭାବେ ଅଭିମନ୍ୟୁ ପଣ୍ତା(ଜୋନ୍ ନଂ-୨), କେ. ରବିକୁମାର(ଜୋନ୍ ନଂ-୯), ପି ଆମୁଲୁଆମ୍ମା (ଜୋନ୍ ନଂ-୧୩) ଓ ଏମ. ରବିରାଜୁ(ଜୋନ୍ ନଂ-୧୪) ରହିଥିଲେ । ଶ୍ରୀ ରାଓ ସମବାୟ ସହରାଞ୍ଚଳ ବ୍ୟାଙ୍କ ଲିଃ ପାରଳାଖେମୁଣ୍ରିର ୧୮ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ ଶ୍ରୀ ରାଓଙ୍କୁ ମିଶାଇ ୭ଜଣ ସଭାପତି ନିର୍ବାଚିତ ହୋଇଥୁବା ବେଳେ ୨ଜଣ ସରକାରଙ୍କ ଦ୍ବାରା ମନୋନୀତ, ୯ଜଣ ପ୍ରଶାସନିକ ଅଧୂକାରୀ ଓ ଏଆରସିଏସ ମାନେ ବ୍ୟାଙ୍କର ସଭାପତି ଦାୟିତୁରେ ରହିଥୁଲେ | ସମବାୟ ସହରାଞ୍ଚଳ ବ୍ୟାଙ୍କ ପାରଳାଖେମୁଣ୍ରିର ନାମାଙ୍କନ ପତ୍ର ଦାଖଲ ବେଳେ ବ୍ୟାଙ୍କର ପୂର୍ବତନ ସଭାପତି ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ଅଧିକାଂଶ ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ବିଜେଡି ନେତା ବସନ୍ତ ଦାସଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ । ଆଜି ଅନୁଷ୍ଠିତ ହୋଇଥୁବା ସମସ୍ତ ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା ସମ୍ପାଦକ ତଥା ବ୍ୟାଙ୍କ ପରିଚାଳକ ଅଶୋକ କୁମାର ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ |

No Result
View All Result