No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ମାଲକାନଗିରି,କୁଡୁମୁଲୁଗୁମ୍ମା :- ଦୃଢ ଇଛାଶକ୍ତି ଯୋଗୁଁ ସବୁ ଅସମ୍ଭବ କୁ ସମ୍ଭବ କରିହୁଏ, ଏହି ଉକ୍ତିର ସାର୍ଥକତା ଆଜି ସମ୍ଭବ କରିଦେଖାଇଛନ୍ତି, ଦିବ୍ୟାଙ୍ଗ ଛାତ୍ର ବିଶ୍ୱଜୀତ୍ ସାହୁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ଚଳିତ ବର୍ଷ ୨୦୨୨ ର ମାଟ୍ରିକ ପରୀକ୍ଷା ରେ ସେକେଣ୍ଡ ଡିଭିଜନ ରେ କୃତ୍ତୀତ୍ୱ ର ସହ ପାଶ୍ କରି ‘କାଳ ର କପାଳ’ ରେ ନିଜ ନାମ ଖୋଦେଇ ପାରିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀ, କୁଡୁମୁଲୁଗୁମ୍ମା ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଶ୍ୱଜୀତ୍ ଏହି ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି । ସଂପୂର୍ଣ୍ଣ ଶାରିରୀକ ଓ ଅର୍ଦ୍ଧ ମାନସିକ ଭିନ୍ନକ୍ଷମ ହୋଇଥିବାରୁ ବିଶ୍ୱଜୀତ୍ ନିଜେ ବିଦ୍ୟାଳୟ ଯାଇ ଶିକ୍ଷା ଗ୍ରହଣ କରିବା ସମ୍ଭବ ହେଉ ନଥିଲା ।
ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ଚେଷ୍ଟା, ଅଭିଭାବକଙ୍କ ପ୍ରଚେଷ୍ଟା ଓ ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ, କୁଡୁମୁଲୁଗୁମ୍ମା ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହଯୋଗ ବଳରେ ଏହା ସାକାର ହୋଇଛି । ଆଜି ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାରେ ବିଶ୍ୱଜୀତ୍ ଙ୍କ ଘରେ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ହେମନ୍ତ କୁମାର ନାୟକ, ଯୁବ ସମାଜସେବୀ ଗୋପୀ ପାଂଗି ,ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡ, ସିଆରସିସି;ଅଜୟ ପୃଷ୍ଟି,ସାମାଜିକ କର୍ମୀ ଭଗବାନ ସାହୁ, ଯୁବ କବି ତଥା ଶିକ୍ଷକ ସଂଘ ସମ୍ପାଦକ ବଳରାମ ପୂଜାରୀ,
କାର୍ଯ୍ୟାଳୟ ସହାୟକ ଅନନ୍ତ କୁମାର ଦୋରା ପ୍ରମୁଖ ଉପସ୍ଥିତ ହୋଇ ଫୁଲତୋଡା ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଶ୍ୱଜୀତ୍ ଙ୍କ ପିତାମାତାଙ୍କ ଆଖିରେ ଆନନ୍ଦ ର ଅଶୃ ବହିଚାଲିଥିଲା । ଆମ ପ୍ରତିନିଧିଙ୍କ ସହ,ସାକ୍ଷାତକାର ରେ ବିଶ୍ବଜୀତ, ଆଗକୁ ଆହୁରି ପଢିବା ସହ ଭବିଷ୍ୟତରେ ଜଣେ ଭଲ ମଣିଷ ହେବା ସହ ସରକାରୀ ଅଧିକାରୀ ହୋଇ , ମାତାପିତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ହୃଦୟ ଭିତରେ ଥିବା ଇଛା ସଂପର୍କରେ; ପ୍ରକାଶ କରିଥିଲେ । ତାଙ୍କର ଉତ୍ତୋରୋତ୍ତର ଉନ୍ନତି ପାଇଁ ସମଗ୍ର କୁଡୁମୁଲୁଗୁମ୍ମା ବାସୀ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

No Result
View All Result