No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ପଡ଼ିଆ :- ମାଲକାନଗିରି ଜିଲ୍ଲା କାଳିମେଳା ଵନାଞ୍ଚଳ ଅଧୀନସ୍ଥ ପଡିଆ ବନବିଭାଗ ପଡିଆ ବ୍ଳକ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଇରାଲଗୁଣ୍ଡି ଗ୍ରାମରେ ମୂଲ୍ୟବାନ ୨୦ଟି ପଟା ଜବତ କରିଛି । ଖଵରରୁ ଜଣାପଡିଛି ଯେ, ପଡିଆ ବନ ବିଭାଗ ଵନପାଳ ଶ୍ରୀ ପବିତ୍ର କୁମାର ଦାସ, ପଡିଆ ବନରକ୍ଷୀ ପପିତା ଆଜମିରା, ନିଲିଗୁଡା ବନରକ୍ଷୀ କାନନ ବିଶ୍ବାସ, ମାଟେରୁ ବନରକ୍ଷୀ ନବଦିତା ପଡିଆମି ଓ ଫାରା ଷ୍ଟାଫ୍ କୈ ।
ଣସି ଏକ ସୂତ୍ରରୁ ଖବର ପାଇ ପଡିଆ ବନବିଭାଗ ବନପାଳ ଶ୍ରୀ ପବିତ୍ର କୁମାର ଦାସ ତାଙ୍କ ଟିମ୍ ସହ ଉପସ୍ଥିତ ରହି ଏହି ମୂଲ୍ୟବାନ ୨୦ଟି ପଟା ଇରାଲଗଣ୍ଡି ଗ୍ରାମରେ ଏକ ପରିତ୍ୟକ୍ତ ଭଙ୍ଗା ଘରୁ ଜବତ କରାଯାଇଥିବା ଜଣାପଡିଛି । ପଡିଆ ବନବିଭାଗର ନୂତନ ବନପାଳ ଭାବେ ଶ୍ରୀ ପବିତ୍ର କୁମାର ଦାସ ଯୋଗଦେବାର କିଛି ମାସ ମଧ୍ୟରେ ଦୁଇ ଦୁଇଟି ଥର କାଠ ଜବତ କରିବା ଘଟଣା ପଡିଆ ବ୍ଳକ ପାଇଁ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

No Result
View All Result