1. ମୋଟ ପାସ ହାର ୯୦.୫୫%

2. ଛାତ୍ରୀମାନଙ୍କ ପାସ ହାର ୯୨.୩୭ ପ୍ରତିଶତ

3. ୧୧୭୦ଟି ବିଦ୍ୟାଳୟର ଶତପ୍ରତିଶତ ବିଦ୍ୟାର୍ଥୀ କୃତକାର୍ଯ୍ୟ

ଓଡ଼ିଶା ତାଜା ନ୍ୟୁଜ୍/୬ ଜୁଲାଇ ବୁଧବାର /ଭୁବନେଶ୍ୱର :- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ଆନୁଷ୍ଠାନିକ ଭାବେ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟି୍ରକ୍ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୧୭୮୪୭ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ତନ୍ମଧ୍ୟରେ ୨୫୬୮୭୭ ଜଣ ଛାତ୍ର ଓ ୨୬୦୯୭୦ ଜଣ ଛାତ୍ରୀ ରହିଛନ୍ତି ।

ଏମାନଙ୍କ ମଧ୍ୟରୁ ୮୧୧୯ ଜଣ ଏ-୧ ବର୍ଗରେ, ୫୪୮୮୯ ଜଣ ଏ-୨ ବର୍ଗରେ, ୧୨୦୩୧୨ ଜଣ ବି-୧ ବର୍ଗରେ ଏବଂ ୧୪୨୫୯୯ ଜଣ ବି-୨ ବର୍ଗରେ ଉନ୍ନିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧.୪୨ ପ୍ରତିଶତ ବିଦ୍ୟାର୍ଥୀ ୯୦ ଶତକଡ଼ାରୁ ଊଦ୍ଧ୍ୱର୍ ମାର୍କ ରଖିଛନ୍ତି ।

ଚଳିତ ବର୍ଷ ଛାତ୍ରମାନଙ୍କ ପାସ୍ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀମାନଙ୍କ ପାସ ହାର ୯୨.୩୭ ପ୍ରତିଶତ ରହିଛି ଏବଂ ମୋଟ ପାସ୍ ହାର ୯୦.୫୫ ପ୍ରତିଶତ ରହିଛି । ଚଳିତ ବର୍ଷ ସମୁଦାୟ ୫୭୧୯୦୯ ଜଣ ବିଦ୍ୟାର୍ଥୀ ମାଟି୍ରକ୍ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବାବେଳେ ୫୨୬୮୧୮ ଜଣ ପରୀକ୍ଷା ଦେଇଥିଲେ ।

ସେମାନଙ୍କ ମଧ୍ୟରୁ ୮୬୯୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ୧୧୭୦ଟି ବିଦ୍ୟାଳୟର ଶତପ୍ରତିଶତ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୩ଟି ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇପାରିନାହାନ୍ତି । ଏହି ପରୀକ୍ଷା ଫଳ ଘୋଷଣା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ, କଟକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।