No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ବୈପାରିଗୁଡା :- ଜୁଲାଇ ୧ ରୁ ଆରମ୍ଭ ହେଇଛି ବନ ମହୋତ୍ସବ ସପ୍ତାହ ।ଏହି ଅବସରରେ ବୈପାରିଗୁଡା ବନାଂଚଳ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷାକୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ କରିବା ସହ ସଭା ସମିତି କରି ଜଙ୍ଗଲ ସୃଷ୍ଟି କରିବା ନେଇ ବାର୍ତିା ମଧ୍ୟ ଦେଉଥିବାର ଜଣାପଡିଛି । ବୈପାରିଗୁଡା ବନାଚଂଳ ପକ୍ଷରୁ ବୈପାରିଗୁଡା ଠାରେ ବନ ମହୋତ୍ସବ ପାଳନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ସରକାରୀ କର୍ମଚାରୀଙ୍କ ସହିତ ଥାନା ,ବିଏସଏଫ ଯବାନ ମାନେ ମଧ୍ୟ ମିଶି ବନମହୋତ୍ସବ ପାଳନ କରିବା ସହ ବିଭିନ୍ନ ସ୍ଥାନ ରେ
ଜଙ୍ଗଲବିଭାଗ କର୍ମଚାରୀଙ୍କ ହାତ କୁ ହାତ ମିଶାଇ ବୃକ୍ଷରୋପଣ କରଥିବାର ଦେଖାଯାଇଛି । ବୈପାରିଗୁଡା ରେଞ୍ଜର ସନ୍ଦୀପ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈପାରିଗୁଡା ୧୫୧ ବିଏନ ବିଏସଏଫ କମାଣ୍ଡାଣ୍ଠ ଶ୍ରୀ ଅଜୟ କୁମାର,୨ୟ କମାଣ୍ଡାଣ୍ଠ ରବିନ୍ଦ୍ର ଠାକୁର, ଥାନା ଡିଏସପି ବିରଂଚି ନାରାୟଣ ଜଗତ,
ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ, ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ସରପଂଚ ସୂର୍ଯ୍ୟମଣି ନାୟକ ପ୍ରମୁଖ ଉପସ୍ଥିତ ରହି ବାତ୍ରପୁଟ ଗ୍ରାମକୁ ଯିବା ରାସ୍ତାର ଦୁଇ କଡରେ ବ୍ୟପକ ବିଭିନ୍ନ କିଷମ ର ଚାରା ରୋପଣ କରିଥିବାର ଜଣାପଡିଛି । ଅତିଥି ମାନେ ତାଙ୍କ ପ୍ରତିକିୟାରେ ପ୍ରକାଶ କରିଥିଲେ ଯେ ଜଙ୍ଗଲ,
ଜଙ୍ଗଲ ପରିବେଶ ଓ ଜଙ୍ଗଲର ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିବା ଜଙ୍ଗଲ ସୃଷ୍ଟି ପାଇଁ ଖାଲିଥିବା ସ୍ଥାନରେ ଚାରା ରୋପଣ ଓ ଏହାର ଯତ୍ନ ନେବା ଦରକାର ବୋଲି ମତ ଦେଇଥିଲେ । ଆଜିର ବୃକ୍ଷରୋପଣରେ ଆମ୍ବ, ଲିଚୁ ,ପଣସ, ଜାମୁ, ବଉଳ, ପିଜୁଳି,
ଲେମ୍ବୁ ସହ ବିଭିନ୍ନ କିଷମର ୩୦୦ରୁ ଉର୍ଦ୍ଧ ଲଗାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ବୈପାରିଗୁଡା ରେଞ୍ଜର ସନ୍ଦୀପ ପାଣିଗ୍ରାହୀ । ଫରେଷ୍ଟ ବିକାଶ ପାତ୍ର , ସଚ୍ଚିତାନନ୍ଦ ପରିଡାଙ୍କ ସହ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ବନମହୋତ୍ସବ ପାଳନ କରିଛନ୍ତି ।
No Result
View All Result