ଓଡ଼ିଶା ତାଜା ନ୍ୟୁଜ୍/ ୩ ଜୁଲାଇ ରବିବାର/ଭୁବନେଶ୍ୱର :- ରାଜ୍ୟ ରାଜଧାନୀରେ ବିଜେବି କଲେଜ ପରି ଓଡିଶା ର ଏକ ନମ୍ବର କଲେଜରେ +3 ଛାତ୍ରୀ ଆତ୍ମହତ୍ୟା ଭଳି ଅତ୍ୟନ୍ତ ସ୍ପର୍ଶ କାତର ଓ ସମ୍ବେଦନଶୀଳ ଘଟଣା ପାଇଁ ଦାୟୀ ଛାତ୍ରୀ ଓ ହଷ୍ଟେଲର., ୱାଡେନ. ଓ ସୁପାରିଟେଣ୍ଡେଣ୍ଟ ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ l ଘଟଣାର ପୃଷ୍ଠାଭୂମି ଓ ପାରିପାର୍ଶ୍ଵିକ ସ୍ଥିତି ଓ ସୁଉସାଇଡ ନୋଟ ରୁ ଛାତ୍ରୀ ପ୍ରତି ରାଗିଙ୍ଗ ହୋଇଥିବା ଜଣାପଡୁଛି l ତା ଛଡା ପରିବାରର ଅଭିଯୋଗ ଅନୁଯାଇ ଛାତ୍ରୀଙ୍କୁ ଅତୀତରେ ଏକ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ଓ ଉପର ଶ୍ରେଣୀର ତିନି ଜଣ ଛାତ୍ରୀ ତାଙ୍କୁ ମାନସିକ ନିର୍ଯାତନା ଦେଇ ଛନ୍ତି l ସୂଈସାଇଡ ନୋଟ ରେ ମଧ୍ୟ ସିନିୟର ମାନେ ନିର୍ଯାତନା ଦେବା କଥା ଉଲ୍ଲେଖ ରହିଛି l

ହଷ୍ଟେଲ ୱାଡେନ ମଧ୍ୟ ଅତ୍ୟଧିକ ଚାପ ଦିଅନ୍ତି ଓ ଦୁର୍ବ୍ୟବହାର କରନ୍ତି ବୋଲି ମଧ୍ୟ ଛାତ୍ରୀ ଅଭିଯୋଗ କରିଛନ୍ତି l ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ଏହି ହଷ୍ଟେଲ ରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କୀୟ ହଷ୍ଟେଲ ଦାୟିତ୍ୱ ରେ ବହୁତ ଦିନ ହେଲା ରହିଛନ୍ତି l ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା ହେଲା ଛାତ୍ରୀ ଜଣକ ସୂଈସାଇଡ ନୋଟରେ ବିଜେବି କଲେଜ ରେ ରାଗିଙ୍ଗ ହୁଏ ଏ କଥା ସମସ୍ତେ ଜାଣନ୍ତି ବୋଲି ଲେଖିଛନ୍ତି l ଆଇ ଏ ଏସ ହେବା ପାଇଁ ସ୍ବପ୍ନ ଦେଖୁଥିବା ମୃତ ମେଧାବୀ ଛାତ୍ରୀ ଏଭଳି ନିଷ୍ପତ୍ତି ସେହିଭଳି ମାରାତ୍ମକ ଓ ମାତ୍ରାଧିକ ମାନସିକ ଯନ୍ତ୍ରଣା ନପାଇ ଥିଲେ କେବେହେଲେ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇନଥାନ୍ତେ l

ତେଣୁ ତୁରନ୍ତ ଓ ତ୍ୱରିତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନହେଲେ ଏହି ଘଟଣା ରେ ସମ୍ପୃକ୍ତ ଦୋଷୀ ପ୍ରଭାବ ଶାଳୀ ହୋଇଥିବା ରୁ ପ୍ରମାଣ ନଷ୍ଟ କରିବା ସହିତସଠିକ ତଦନ୍ତ ହୋଇ ନ ପlରେ l ଯଦି ରାଜଧାନୀ ର ଏହି ବଡ଼ କଲେଜ ରେ ଏପରି ଘଟଣା ଘଟୁଛି ତେବେ ରାଜ୍ୟରେ ଅନ୍ୟ କଲେଜ କଥା କିଏ କହିବ l ଏପରି ଘଟଣା ଘଟିଲେ ଅଭିଭାବକ ମାନେ କିପରି ଓ କାହା ଭରଷା ରେ ପିଲାଙ୍କୁ ହଷ୍ଟେଲ ରେ ଛାଡ଼ିବେ l ତେଣୁ ଓଡିଶା ଅଭିଭାବକ ମହାସଂଘ ଉଚ୍ଚ ଶିକ୍ଷା ସଚିବ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଛି l

(ପ୍ରସନ୍ନ ବିଷୋୟୀ ସହ ଅଧକ୍ଷ, ଓଡିଶା ଅଭିଭାବକ ମହାସଂଘ)