ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ବୈପାରିଗୁଡା :- କୋରାପୁଟ ଜି-ଲ୍ଲା ବୈପାରିଗୁଡା ବ୍ଲକ ର ରାମଗିରି (ଗୁପ୍ତେଶ୍ବର) ବନାଂଚଳ ପକ୍ଷରୁ ୭୩ ତମ ବନ ମହୋତ୍ସବ ସ୍ଥାନୀୟ କାନ୍ଦୁଲିବେଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପାଳନ କରାଯାଇଛି ! ବନାଂଚଳ ଅଧିକାରୀ କାର୍ତିକେଶ୍ବର ଖଣ୍ଡାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ୭୩ ତମ ବନମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପୁର ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଖୁଣ୍ଠିଆ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା,

୧୫୧ ବାଟାଲିୟନ ବିଏସଏଫ ବୈପାରିଗୁଡାର ଡେପୁଟି କମାଣ୍ଡାଣ୍ଠ ଶ୍ରୀ ଅଂଶୁଲ କୁମାର ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମିଶି ସମସ୍ତେ ବିଦ୍ୟାଳୟ ଚାରିପଟେ ବୃକ୍ଷରୋପଣ କରିଥିବାର ଦେଖାଯାଇଛି ! ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ମାନେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ଯେ ଗଛ ହିଁ ମନୁଷ୍ୟଜାତି ପାଇଁ ଏକ ଜୀବନ ! ଜଙ୍ଗଲ ବଢିବା ସହ ସବୁ ସ୍ଥାନରେ ବୃକ୍ଷରୋପଣ କରିବା ଦ୍ବାରା ସ୍ଥୁସ୍ଥ ପରିବେଶ ଓ ସୁସ୍ଥ ଜଳବାୟୁ ମିଳିବା ଏବେ ପୃଥୀବପୃଥ ପାଇଁ ନିହାତି ଆବଶ୍ୟକ ବୋଲି କହିବା ସହ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତ ଦୁଷ୍ଟି ଦେବା ଜରୁରୀ ବୋଲି କହିଥିଲେ !

ଅନ୍ୟ ମାନଙ୍କ ମଧ୍ୟରେ ବୈପାରିଗୁଡା ଜୋନ୍-୧ ଜିଲ୍ଲାପରିଷଦ ରାଜେଶ୍ବର ମହୁରିଆ, ରାମଗିରି ସରପଂଚ କୁମନ ମୁଦୁଲି, ସମିତିସଭ୍ୟ ମୋହନ ଚାନ୍ଦ ମାଛଙ୍କ ସହିତ ରାମଗିରି ବନାଂଚଳର ବନପାଳ ଶ୍ରୀ ଚୈତନ୍ୟ ତନ୍ତ୍ରୀ, ଶ୍ରୀ ଗଦାଧର ଚେୈଧୁରୀ, ବନରକ୍ଷୀ ଏମ.ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ !