No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୩୦ ଜୁନ ଗୁରୁବାର/ପଡିଆ :- ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ବାପାନପାଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ସମନ୍ୱିତ ଶିଶୁ ବିକାଶ ସୁପରଭାଇଜର ଗୀତାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାପାନପାଲ୍ଲୀ ପଞ୍ଚାୟତ ସରପଞ୍ଚ ମେଧା ବଗାମ, ନାଏବ ସରପଞ୍ଚ ମାସେ ମାଡକାମି ଓ ସମିତି ସଭ୍ୟ ନାନ୍ଦା ମାଡକାମି ପ୍ରମୁଖ ଯୋଗ ଦେଇଥିଲେ ।
ଶିଶୁ ଶ୍ରମିକ, ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ ଓ ଶିଶୁ ସୁରକ୍ଷାକୁ ନେଇ ଉପସ୍ଥିତ ଅତିଥି ମାନେ ନିଜ ନିଜର ମତ ରଖିଥିଲେ । ଆର୍ଥିକ ସମସ୍ୟାକୁ ନେଇ ନିୟୋଜିତ ଶିଶୁ ଶ୍ରମିକ ସ୍ଥାନୀୟ ଅଞ୍ଚଳ ପାଇଁ ଏକ ବିରାଟ ସମସ୍ୟା । ଏହାକୁ କିପରି ଭାବରେ ରଖାଯାଇପାରିବ ସେ ଦିଗରେ ସମସ୍ତେ ତପ୍ତରତା ଦେଖାଇବା ଆବଶ୍ୟକ ବୋଲି କୁହାଯାଇଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୀପକ୍ ମିର୍ଦ୍ଧା,ତାପସ ମଣ୍ଡଳ, ରବି ବାରଇ, ଵିନୋୟ ପର୍ଦ୍ଧାର,ଦେବା କାମରାମ, ଚି.ଏଚ୍.ଅ. ଝାରଣା ବିଶ୍ବାସ, ଅଙ୍ଗନବାଡ଼ି ଦିଦି ସାଵିତା ମହାଲି, ସମେତ ସମସ୍ତ ୱ।ଡର ୱ।ଡ଼ ମେମ୍ବର, ସମସ୍ତ ଆସା ଦିଦି ଓ ଅଙ୍ଗନବାଡ଼ି ଦିଦି, ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଵାପାନପାଲ୍ଲୀ ଜି.ଆର.ଏସ. ଏଲ୍ ତ୍ରିନାଥ ପରିଚାଳନା କରିଥିଲେ ।
No Result
View All Result