No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୯ ଜୁନ ବୁଧବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ପିଏ ଆଇଟି ଡିଏ ଫାଲଗୁନି ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ନଟବର ଗରଡ଼ା ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ବୈଠକ ରେ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା l
ଏଥିରେ 125ଜଣ କ୍ରୀଡା ବିତ୍ ଗଜପତି, ଗଞ୍ଜାମ,କୋରାପୁଟଏବଂ ମାଲକାନଗିରି ଏହି ଚାରି ଗୋଟି ଜିଲ୍ଲାରୁ ଅଂଶଗ୍ରହଣ କରିବେ l ଗଜପତି ଜିଲ୍ଲାର ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଆଲୋଚନାରେ ଉପସ୍ଥିତ ଥିଲେ l ବୈଠକରେ ଉକ୍ତ ନିଷ୍ପତ୍ତି କ୍ରମେ ଆସନ୍ତା ମାସ ୨ତାରିଖରେ ସ୍ଥାନୀୟ ଗଜପତି ଷ୍ଟାଡିୟମକୁ କ୍ରୀଡା ଛାତ୍ରବାସ ଚୟନ ପ୍ରକ୍ରିୟା ନିମନ୍ତେ ସ୍ଥାନ ନିରୂପଣ କରାଗଲା ।

No Result
View All Result