ଓଡ଼ିଶା ତାଜା ନ୍ୟୁଜ୍/୨୯ ଜୁନ ବୁଧବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଗ୍ରାମ ଛକ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ରେ ଟ୍ରକ୍ ସହ କାର୍ ଧକ୍କା ହେବା ଫଳରେ କାର ରେ ବସିଥିବା ୮ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ପ୍ରାତଃ ସମୟରେ ଦଶପଲ୍ଲା ରୁ ଏକ ଟ୍ରକ ଗାଡ଼ି ନଂ( ସି-ଜି୦୪-ଏଲ୍ ଭି-୭୪୧୩) ଏବଂ କାର ଗାଡ଼ି ନଂ( ଓଡି -୧୭- ଜେ – ୪୧୭୩) ଆଗ ପଛହୋଇ ନୟାଗଡ ଅଭିମୁଖେ ଯାଉଥିବା ବେଳେ
ସୋରଡ଼ା ଛକ ନିକଟରେ ଟ୍ରକ କାର ଧକ୍କା ହେବା ଦ୍ବାରା ୮ ଜଣ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଚିକିତ୍ସାଳୟ କୁ ପଠାଇଥିଲା । ଗୁରୁତର ମାନଙ୍କୁ ଦଶପଲ୍ଲା ଚିକିତ୍ସାଳୟକୁ ପଠାଇବାରେ ସ୍ଥାନୀୟ ଲୋକ ସହାୟତା କରିଥିଲେ । ଟ୍ରକ୍ ଓ କାର କୁ ନୂଆଗାଁ ପୁଲିସ ଜବତ କରିଛି ।














