No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୮ ଜୁନ ମଙ୍ଗଳବାର/ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ହାଇସ୍କୁଲ ଖେଳ ପଡିଆ ନିକଟରେ ମଙ୍ଗଳବାର ଅପରାହ୍ନରେ ବାଲିଗୁଡାରୁ ଫୁଲବାଣୀ ଦୃତ ଗତିରେ ଯାଉଥିବା ବେଳେ ପଲସର ବାଇକ୍ ନଂ ଓଡି ୦୧ ଏବି ୨୭୫୯ ରେ ଦୁର୍ଘଟଣା ଘଟିଥିଲା । କ.ନୂଆଗାଁ ହାଇସ୍କୁଲରେ ରହି ପାଠ ପଢ଼ୁଥିବା ଝିଅକୁ ଦେଖି ଫେରୁଥିବାବେଳେ ସାରଙ୍ଗଗଡ କିନ୍ଦିପାଙ୍ଗାର ମହିଳା ଅମିତା ପ୍ରଧାନକୁ ଉକ୍ତ ବାଇକ ଚାଳକ ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ ।
ଗ୍ରାମ ଲୋକଙ୍କ ସହାୟତାରେ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉଭୟ ବାଇକ୍ ଚାଳକ ଓ ଗୁରୁତର ମହିଳାକୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । କ.ନୂଆଗାଁ ଥାନା ଅତିରିକ୍ତ ପୋଲିସ ଅଧିକାରୀ ଅଜୟ କୁମାର ସାହୁ ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ପହଂଚି ବାଇକ୍ ଜବତ କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛନ୍ତି ।

No Result
View All Result