No Result
View All Result
୧୮ ବର୍ଷୀୟ ଯୁବତୀ ଗାଧୋଇବାକୁ ଗଲାବେଳେ ବୋମା ଫୁଟିବା ଦ୍ଵାରା ଯୁବତୀ ଜଣଙ୍କ ଗୁରୁତର
ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ନୂଆଗାଁ ରେ ୧୮ ବର୍ଷୀୟ ଯୁବତୀ ଗାଧୋଇବାକୁ ଗଲାବେଳେ ବୋମା ଫୁଟିବା ଦ୍ଵାରା ଯୁବତୀ ଜଣଙ୍କ ଗୁରୁତର ହୋଇଥିଲେ । ସୂଚନା ଅନୁଯାୟୀ ଦୀନବନ୍ଧୁ ଦଳ ବେହେରା ଙ୍କ ଝିଅ ଅଶାନ୍ତି ଦଳ ବେହେରା ବାଥ୍ ରୁମ୍ କୁ ଗାଧୋଇବାକୁ ଗଲାବେଳେ ବୋମା ଫୁଟିବା ଦ୍ଵାରା ଗୁରୁତର ହୋଇଥିଲେ । ଯୁବତୀ ଜଣଙ୍କୁ ଆମ୍ବୁଲାନ୍ସ ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା ।
ସୀଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଆହତ ଯୁବତୀ ଙ୍କ ଚିକିତ୍ସା ବ୍ୟବସ୍ଥା କରାଇବା ସହ ଯୁବତୀ ଙ୍କ ସ୍ବାସ୍ଥ୍ୟାବସ୍ଥା ର ଉନ୍ନତି ପାଇଁ ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ । ତେବେ ବାଥ୍ ରୁମ୍ ରେ କିପରି ବୋମା ରହିଲା ତାହାର କାରଣ ଜଣା ପଡ଼ିନାହିଁ ।

No Result
View All Result