No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ପାରଳାଖେମୁଣ୍ଡି :- ନିୟତି ଭିନ୍ନକ୍ଷମ ପାଇଁ ସେବାରତ ଅନୁଷ୍ଠାନ, ରଣିପେଣ୍ଠ ,ଗୁମ୍ମା ରୋଡ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି ଏହି ଯୋଗ ଶିବିରରେ ଯୋଗଗୁରୁ ବିଘ୍ନେଶ୍ୱରପଣ୍ଡା ସହଯୋଗୀ ଗୁରୁ ସୁରେନ୍ଦ୍ର ନାଥ ରଥ, ଭିନ୍ନକ୍ଷମ ପିଲାଙ୍କୁ ଯୋଗର ଆବଶ୍ୟକତା ସହ ଦୈନିକ ଅଧାଘଣ୍ଟI ଯୋଗ କରିବାଦ୍ୱାରା ମାନସିକ ଓ ଶାରିରୀକ ବିକାଶ ହୋଇପାରିବ । ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ନିମନ୍ତେ ଏହି ଭଳି ପିଲାଙ୍କୁ ପ୍ରଥମେ ଶାରିରୀକ ସୁସ୍ଥତା ନିତାନ୍ତ ଜରୁରୀ କହିଥିଲେ ।
ଅନୁଷ୍ଠାନର ସଭାପତି ଡକ୍ଟର ଅଜୟକୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ଅରୁଣା ର ଜିଲ୍ଲା ପରାମର୍ଶ ଦାତା ତଥା ଶିଶୁ ସୁରକ୍ଷା ଯୋଜନା ଯୋଗଦେଇ ମାନସିକ ଅନଗ୍ରସର ଛାତ୍ର ଛାତ୍ରୀ ଙ୍କୁ ଖେଳ ଗୀତ ,ସ୍ନେହ ଓ ଶ୍ରଦ୍ଧା ବଳରେ ତାଙ୍କୁ ଆବଶ୍ୟକୀୟ ମାନସିକ ବିକାଶରେ ସହାୟତା ପାଇଁ ଉଦବୋଧନ ଦେଇଥିଲେ ।
ନିୟତିରସମ୍ପାଦକବିଚିତ୍ରାନନ୍ଦବେବର୍ତ୍ତା,ସ୍ଵାଗତ ସମ୍ଭାଷଣ ଦେଇଥିବାବେଳେ, ଡାକ୍ତର ଅରୁଣ ନାୟକ ଫିଜିଓଥେରୋପିଷ୍ଟ , ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ, ଶିଖିକ୍ଷା ଶାଶ୍ଵତୀ ବେବର୍ତ୍ତା,ପ୍ରତିମା ନାୟକ, ସୁନିତ୍ ଗମାଙ୍ଗ,ସୁଷମା ନାୟକ,ରୀତୁ ସାହୁ,ପୂର୍ଣାବାସୀ ନାୟକ,ଜୟାମ୍ମା ପ୍ରଭୃତି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଭିନ୍ନକ୍ଷମ ପିଲାମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ ।

No Result
View All Result