ସୂଚନା ଯୋଗ୍ୟ ଗୋଟିଏ ଷ୍ଟେସନ୍ ଗୋଟିଏ ଉତ୍ପାଦ ଯୋଜନା ସ୍ଥାନୀୟ କାରିଗର,କୁମ୍ଭକାର, ବୁଣାକାର,ହ୍ୟାଣ୍ଡଲୁମ୍, ଆଦିବାସୀ ମାନଙ୍କର ଜୀବିକା ବୃଦ୍ଧି ତଥା କଲ୍ୟାଣ ଉଦ୍ଦେଶ୍ୟରେ ଭାରତ ସରକାର ନିକଟରେ ବଜେଟରେ ଘୋଷଣା କରିଥିଲେ | ଏହି ଯୋଜନା ଅଧୀନରେ ରେଳ ଷ୍ଟେସନ ଗୁଡିକରେ ସ୍ଥାନୀୟ କାରିଗରମାନଙ୍କୁ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ ସମ୍ବନ୍ଧୀୟ ପ୍ରସିଦ୍ଧ ସ୍ଥାନୀୟ ଉତ୍ପାଦଗୁଡିକ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଷ୍ଟଲ୍ ଯୋଗାଇ ଦିଆଯାଉଛି | ଲକ୍ଷ୍ୟ ହେଉଛି ରେଳ ଷ୍ଟେସନକୁ ଏକ ପ୍ରମୋସନାଲ୍ ହବ୍ ଏବଂ ଏକ ସ୍ଥାନୀୟ ଉତ୍ପାଦ ପାଇଁ ପ୍ରଦର୍ଶନ ଗନ୍ତବ୍ୟସ୍ଥଳ କରିବା, ଯାହା ଦ୍ଵାରା ସ୍ଥାନୀୟ ଶିଳ୍ପଗୁଡିକ ଏକ ପ୍ରମୁଖ ଉତ୍ସ ହେବ |
ଗୋଟିଏ ଷ୍ଟେସନ ଗୋଟିଏ ପ୍ରଡକ୍ଟ ଯୋଜନା ଅଧୀନରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ) ର ସମନ୍ୱୟରେ ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନରେ ଦୁଇଟି ବିକ୍ରି ଷ୍ଟଲ ଉନ୍ମୋଚନ କରାଯାଇଛି | ବର୍ତ୍ତମାନ ଯାତ୍ରୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ “ବେଲ୍ ମେଟାଲ୍ ପ୍ରଡକ୍ଟ” ଏବଂ କଟକ ରେଳ ଷ୍ଟେସନରେ କଟକ ଜିଲ୍ଲାର ପ୍ରସିଦ୍ଧ “ସିଲଭର ଫିଲିଗ୍ରି ହ୍ୟାଣ୍ଡିକ୍ରାଫ୍ଟ ଏବଂ ହ୍ୟାଣ୍ଡଲୁମ୍ ଉତ୍ପାଦ” ପାଇପାରିବେ | ଯାତ୍ରୀମାନେ କୌଣସି ମଧ୍ୟସ୍ଥିଙ୍କୁ ଜଡିତ ନକରି ସିଧାସଳଖ କାରିଗର ମାନଙ୍କ ଠାରୁ ଏହି ଉତ୍ପାଦ କ୍ରୟ କରିପାରିବେ |
ପ୍ରକାଶ ଥାଉକି ଏହାପୂର୍ବରୁ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ପୁରୀ ରେଳ ଷ୍ଟେସନରେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ “ପଟଚିତ୍ର” ଏବଂ “ପିପିଲି ଆପ୍ଲିକ୍” ଚାନ୍ଦୁଆକୁ ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଯୋଜନା ଅଧୀନରେ ପ୍ରୋତ୍ସାହିତ କରିବା ପାଇଁ ପୁରୀ ରେଳ ଷ୍ଟେସନରେ ଗୋଟିଏ ଷ୍ଟଲ୍ ଖୋଲା ଯାଇଥିଲା | ଖୋର୍ଦ୍ଧା ରୋଡ଼ ମଣ୍ଡଳର ୭୮ଟି ରେଳ ଷ୍ଟେସନରେ ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଷ୍ଟଲ୍ ପାଇଁ ଆବେଦନ ନିମନ୍ତ୍ରଣ ପାଇଁ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବିଜ୍ଞପ୍ତି ଜାରି କରିଛି | ଖୋର୍ଦ୍ଧାରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଯାତ୍ରୀମାନଙ୍କୁ ଷ୍ଟଲ ଗୁଡିକର ସୁବିଧା ନେବାକୁ ଏବଂ ରେଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦର ସାମଗ୍ରୀ ଗୁଡ଼ିକ ଦେଖିବାକୁ ଅନୁରୋଧ କରିଛନ୍ତି । ସେ ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର, ଆଦିବାସୀମାନଙ୍କୁ ଷ୍ଟେସନ ଗୁଡ଼ିକରେ ନିଜର ଷ୍ଟଲ ଖୋଲିବା ପାଇଁ ଆବେଦନ କରିବାକୁ ଅନୁରୋଧ କରିଛନ୍ତି |
© 2023 Odisha Taza News.