ଓଡ଼ିଶା ତାଜା ନ୍ୟୁଜ୍/୨୨ ଜୁନ ବୁଧବାର/ଭୁବନେଶ୍ୱର :-  କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କଳିଙ୍ଗ ହକି ଷ୍ଟାଡିୟମ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭାଂଶୁ ମିଶ୍ର ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କ ପରିଚାଳକ ବିକାଶ ରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମିଶ୍ର କହିଲେ ଯେ କାହିଁ କେତେ ଦିନରୁ ଞ୍ଜଫଞ୍ଚଟ୍ଟ;ଯୋଗି୩୯; ଭାରତୀୟ ସଂସ୍କୃତିର ଅବିଛେଦ ଅଙ୍ଗ ହୋଇ ରହି ଆସିଛି ।

ଯୋଗକୁ ଆଧାର କରି ଭାରତୀୟ ଯୋଗୀ ଓ ମୁନିଋଷିମାନେ ଦୀର୍ଘ ଓ ନିରୋଗ ଜୀବନ ଅତିବାହିତ କରିଆସୁଛନ୍ତି । ଆଜି ପାଳିତ ହେଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ଭାରତୀୟ ସଂସ୍କୃତିରେ ରହି ଆସିଥିବା ଯୋଗର ମହତ୍ୱକୁ ସର୍ବବ୍ୟାପି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । କ୍ରୀଡ଼ା ଓ ଯୁବସେବା ବିଭାଗ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି । ଆମ ଯୁବବର୍ଗଙ୍କ ଭିତରେ ଥିବା ସାମର୍ଥ୍ୟକୁ ସମଗ୍ର ବିଶ୍ୱରେ ପ୍ରସ୍ପୁଟିତ କରିବାର ସମୟ ଆସିଛି ।

ଯୋଗ ଜୀବନକୁ ଶୃଙ୍ଖଳିତ କରିବା ସହ ନିଜ ଲକ୍ଷ୍ୟ ପଥରେ ଆଗକୁ ବଢିବାର ଉଚିତ ମାର୍ଗ ପ୍ରଦାନ କରେ । ତେଣୁ ସମସ୍ତେ ଯୋଗ ଓ ପ୍ରାଣାୟାମକୁ ନିଜ ଜୀବନରେ ସାମିଲ କରି ଆଗକୁ ଅଗ୍ରସର ହେବାକୁ ଶ୍ରୀ ମିଶ୍ର ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡା ଛାତ୍ରାବାସର ଅନ୍ତେବାସୀ, କୋଚ, କ୍ରୀଡ଼ା ବିଭାଗ ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କର ଅଧିକାରୀଗଣ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ଅଧିକାରୀ ରାମ ଗୋବିନ୍ଦ ପରିଡା ସଂଚାଳନ କରିଥିଲେ । ବିଭାଗ ପକ୍ଷରୁ ଚନ୍ଦ୍ରକାନ୍ତ ବାରିକ ବିଭିନ୍ନ ଯୋଗମୁଦ୍ରା ଓ ପ୍ରାଣାୟାମ ଉପରେ ସମସ୍ତଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଦୁଇଜଣ ଯୋଗ ଛାତ୍ରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଗାମୁଦ୍ରା ପ୍ରଦର୍ଶିତ ହୋଇଥିଲା ।