No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁନ ରବିବାର/ଓଡ଼ଗାଁ :- ନୟାଗଡ଼ ଜିଲ୍ଲା ରବିବାର ଅପରାହ୍ନରେ ଓଡ଼ଗାଁ ବନବିଭାଗ କୁଟୁରା ମାଂସ ବିକ୍ରି ହେବାର ଖବର ପାଇ ପାଟ୍ରୋଲିଂ କରୁଥିବା ସମୟରେ ଶରଧାପୁର ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ବ୍ୟାଗରେ କିଛି ଜିନିଷ ନେଉଥିବାର ଦେଖି ବନକର୍ମଚାରୀଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା । ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଶରଧାପୁର ଛକ ନିକଟରୁ କୁଟୁରା ମାଂସ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ ।
ଦୁଇ ଜଣଙ୍କୁ ଅଟକ ରଖିବାରୁ ସେମାନଙ୍କୁ ନିକଟରୁ କୁଟୁରା ମାଂସ ଜବତ ହୋଇଥିଲା । ଗିରଫ ଦୁଇ ଜଣ ବ୍ୟକ୍ତି ରଙ୍ଗଣୀପାଟଣା ଗ୍ରାମର ବସନ୍ତ ନାୟକ ଓ ଭାଡ଼ିକିଳା ଗ୍ରାମର ରାଜକିଶୋର ପ୍ରଧାନ । ସେମାନଙ୍କ ନିକଟରୁ ସମୁଦାୟ ୫୦୦ ଗ୍ରାମ ମାଂସ ଜବତ ହୋଇଥିବା ବନାଞ୍ଚଳ ଅଧିକାରୀ ଆଶିଷ କୁମାର କଅଁର ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ବନପାଳ ସଂଧ୍ୟାରାଣୀ ନାୟକଙ୍କ ସମେତ ବନକର୍ମଚାରୀ ସାମିଲ ଥିଲେ ।

No Result
View All Result