No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁନ ଶୁକ୍ରବାର/ବରଗଡ :- ନେସନାଲ ହେରାଲ୍ଡ ମାମଲା ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ବାରମ୍ବାର ଡକାଇ ହଇରାଣ କରିବା ଓ ଆନ୍ଦୋଳନରତ କଂଗ୍ରେସ ଦଳର ବରିଷ୍ଠ ନେତା ମାନଙ୍କୁ ପୋଲିସ ଗୋଡ଼ାଇ ପିଟିିବା ,ଦୁର୍ବ୍ୟବହାର ପ୍ରଦର୍ଶନ କରିବାସହ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଫିସ୍ ଭିତରେ ପୋଲିସ ପ୍ରବେଶ କରି ଦଳୀୟ ନେତା ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ବିରୁଦ୍ଧରେ ଆଜି ବରଗଡ ଟାଉନ ଥାନା ଛକ ରେ ବରଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ନେତୃମଣ୍ଡଳୀ କେନ୍ଦ୍ର ର ବିଜେପି ସରକାର ର ଦମନଲୀଳା ବିରୁଦ୍ଧ ରେ ଏକ ସ୍ଵରରେ କହିଥିଲେ।
କେନ୍ଦ୍ର ସରକାର କେବଳ ଭୂୟାଁ ବୁଲାଇ ସମସ୍ତ କ୍ଷେତ୍ର ରେ ଦେଶ କୁ ଅବହେଳିତ କରି ରଖିଛନ୍ତି।ଆଜି ଦେଶ ରେ ଯୁବକ, ଛାତ୍ର, ମହିଳା,କୃଷକ,ଶ୍ରମିକ , ଚାକିରିଆ ସମସ୍ତେ ଏହି ସରକାର ଦ୍ଵାରା ପ୍ରତାରିତ । ଆଜି ସମଗ୍ର ଦେଶରେ ଅବହେଳିତ, ନିଷ୍ପେସିତ ଜନ ସାଧାରଣ ଙ୍କ ଆୱାଜ ଭାବରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପୂର୍ବ ସଭାପତି ସାଂସଦ ରାହୁଲ ଗାନ୍ଧୀ ରାସ୍ତା ରେ ଓହ୍ଲାଇ ଆନ୍ଦୋଳନ କରୁଥିବା ଯୋଗୁଁ ଜନ ସାଧାରଣ ରେ କଂଗ୍ରେସ ଦଳ ପ୍ରତି ଏକ ଅନ୍ତଃ ସ୍ରୋତ ସୃଷ୍ଟି ହେଉଥିବା ଲକ୍ଷ୍ୟ କରି କେନ୍ଦ୍ର ସରକାର ନେସନାଲ ହେରାଲ୍ଡ ଦୁର୍ନୀତି ନାମ ରେ ପ୍ରବର୍ତନ ନିର୍ଦ୍ଦେଶାଳୟ କୁ ତାଙ୍କ ପଛରେ ଲଗାଇ ଦେଇଛନ୍ତି।
ଆଜି ସମଗ୍ର ଦେଶ ରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ହୁ ହୁ ହୋଇ ବଢୁଥିବା ବେଳେ,ଜନ ଅସନ୍ତୋଷ ଭିତରେ ଭିତରେ କୁହୁଳୁ ଥିବା ଜାଣି ଓ ସେହି ଅସନ୍ତୋଷ ର ନେତୃତ୍ବ ଧୀରେ ଧୀରେ ରାହୁଲ ଗାନ୍ଧୀ ଙ୍କ ହାତକୁ ଯାଉଥିବା ର ଅନୁମାନ କରି ଏଭଳିଆ ତାଙ୍କୁ ହଇରାଣ କରାଯାଉଛି ସେ ମଇଦାନ ଛାଡ଼ି ଘରେ ବସି ଯିବେ ବୋଲି। କିନ୍ତୁ ରାହୁଲ ଗାନ୍ଧୀ ଏହା ଦ୍ବାରା ଆହୁରି ମଜବୁତ୍ ହେବେ ଓ ଆଗକୁ ଲଢେଇ ଆହୁରି ଶାଣିତ ହେବ ବୋଲି ଉପସ୍ଥିତ ସମସ୍ତ ନେତୃମଣ୍ଡଳୀ କହିଥିଲେ।ଏହି ସଭାରେ ପ୍ରଦେଶ କଂଗ୍ରେସ କମିଟି ର ପର୍ଯ୍ୟବେକ୍ଷକ ପୁର୍ବତନ ମନ୍ତ୍ରୀ ଯୁଧିଷ୍ଟିର ଜେନା ,ପୂର୍ବ ବିଧାୟକ ସତ୍ୟ ଭୂଷଣ ସାହୁ, କଂଗ୍ରେସ ନେତା ପ୍ରଦୀପ ଦେବତା, ନିପନ ଦାଶ,ଯୁଗଳ ପ୍ରସାଦ ସିଂ, ହରଦିପ ସିଂ ,ସରୋଜ ମହାପାତ୍ର, ଦିଲିପ ପଣ୍ଡା, ସୁଶାନ୍ତ ସାହୁ ,ବ୍ରହ୍ମା ମହାକୁର,ଅଭିଷେକ ସେଟ୍, ସରୋଜ ଷଡ଼ଙ୍ଗୀ ,ରବି ପଣ୍ଡା,ଦିଲିପ ନନ୍ଦ,ରମେଶ ପଣ୍ଡା,
ଶୁଭେନ୍ଦୁ ସାହୁ,ପାଣ୍ଡବ କର୍ଣ୍ଣ,ସୁଶିଲ ସାହୁ,ବିନୋଦ କାଳିଆ,ବିନୋଦ ବିଶ୍ଵାଳ,ସୁଧୀର ଜେନା, ଗଜରାଜ୍ ପୁଟା, ଆଜାଦ ପତି, ଗୌନ୍ତିଆ ସାହୁ,ଅନନ୍ତ ତାଣ୍ଡି ଙ୍କ ସମେତ ବହୁ କଂଗ୍ରେସ ନେତା ଏହି ବିକ୍ଷୋଭ ରେ ସାମିଲ ଥିଲେ।ଶେଷ ରେ ସାଧାରଣ ସମ୍ପାଦକ ପ୍ରତାପ ନାୟକ ଧନ୍ୟବାଦ୍ ଦେଇଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ଅନୁସାରେ ଅଖିଳ ଭାରତ ଜାତୀୟ କଂଗ୍ରେସ କାର୍ଯ୍ୟଳୟକୁ ଦିଲ୍ଲୀ ପୋଲିସର ଅନୁପ୍ରବେଶ ଓ ଦମନଲୀଳା ବିରୁଦ୍ଧ ରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତାଗଣ,ବରିଷ୍ଠ କଂଗ୍ରେସ ନେତୃବର୍ଗ,ପୂର୍ବତନ ବିଧାୟକ,ସାଂସଦ ପ୍ରାର୍ଥି, ବିଧାୟକ ପ୍ରାର୍ଥି,ପୂର୍ବତନ ପିସିସି କର୍ମକର୍ତ୍ତାଗଣ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି, ସମସ୍ତ ନଗର,ବ୍ଲକ କଂଗ୍ରେସ କର୍ମକର୍ତ୍ତାଗଣ, ଯୁବ,ଛାତ୍ର,ମହିଳା କଂଗ୍ରେସର କର୍ମକର୍ତ୍ତାଗଣ, କଂଗ୍ରେସ ଦଳର ବିଭିନ୍ନ ପ୍ରକୋଷ୍ଠ ର ସମସ୍ତ କର୍ମକର୍ତ୍ତାଗଣ ଏହି ସମୟରେ ଉପସ୍ଥିତ ଥିଲେ।

No Result
View All Result