No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁନ ଶୁକ୍ରବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରୁ ବାହାରିଛି ଶିକ୍ଷା ସଚେତନତା ରଥ । ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଯୋଗଦେଇ ଶିକ୍ଷା ସଚେତନତା ରଥ କୁ ପତାକା ହଲାଇ ଉଦ୍ଘାଟନ କରିଥିଲେ । ତତ୍ ସହିତ ଶିକ୍ଷା ସଚେତନତା ରଥ ବୁଲିବା ର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ ସମୟରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ସେଠୀ,ଉମେଶ ଚନ୍ଦ୍ର କର,ରବୀନ୍ଦ୍ର କୁମାର ରାଜ, ସମସ୍ତ ସି ଆର୍ ସି ସି ,ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ,ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସମେତ ସମସ୍ତ ସିକ୍ଷୟତ୍ରୀ ଉପସ୍ଥିତ ଥିଲେ ।
ଏହି ସଚେତନତା ରଥ ନୂଆଗାଁ କ୍ଲଷ୍ଟର ରୁ ବାହାରି ଉଦୟପୁର,କୋରଡ଼ା, ଗୁମି, ସିମିଳି ସାହି ଆଦି କ୍ଲଷ୍ଟର ପ୍ରଥମ ଦିନରେ ବୁଲିଥିଲା । ସିମିଳି ସାହି କ୍ଲଷ୍ଟର ସି ଆର୍ ସି ସି ନିମାଇ ଚରଣ ସାହୁ,ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ,ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ,ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ମାନେ ଶିକ୍ଷା ସଚେତନତା ରଥ କୁ ବିଦ୍ୟାଳୟ ସମ୍ମୁଖରେ ସ୍ବାଗତ କରିଥିଲେ ।
ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ପ୍ରତି ଆଗ୍ରହ, ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥାନ ବୃଦ୍ଧି, ଡ୍ରପ ଆଉଟ୍ ସମସ୍ୟା ଦୂରୀକରଣ,ପ୍ରତି ଅଭିଭାବକ ମାନେ କିପରି ସେମାନଙ୍କ ପିଲାମାନଙ୍କୁ ନିରାପଦ ରେ ନିସନ୍ଦେହରେ ବିଦ୍ୟାଳୟକୁ ପ୍ରତିଦିନ ଛାଡ଼ିବେ ଆଦି ଉଦ୍ଦେଶ୍ୟ ନେଇ ଏହି ରଥ ପ୍ରତ୍ୟେକ ବିଦ୍ୟାଳୟ ଓ ଗ୍ରାମ ପରିକ୍ରମା କରିବ ବୋଲି ଜଣା ପଡ଼ିଛି ।

No Result
View All Result