ମିଳିଥିବା ସୂଚନା ଅନୁସାରେ ଭାସ୍କର ନିଜକୁ ଖ୍ରୀଷ୍ଟ ଧର୍ମର ପ୍ରଚାରକ ବୋଲି ପରିଚୟ ଦେଇ ଜିଲ୍ଲାର ଅନେକ ସ୍ଥାନ ଗୁମ୍ମା, ନୂଆଗଡ,ରାୟଗଡ଼, ଆଦି ବ୍ଲକ ରେ ରହୁଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ପାଖରେ ପହଞ୍ଚିଥିଲେ । ସେମାନଙ୍କୁ ମଦର ଟେରେସା ଫାଉଣ୍ଡ ସେନ ମାଧ୍ୟମରେ ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକଙ୍କୁ ଶସ୍ତାରେ ବାଇକ ଯୋଗାଇ ଦିଆଯାଉଥିବା କହିଥିଲେ । ମାତ୍ର ୩୦ ହଜାର ଟଙ୍କା ଦେଇ ଦେଢ ଲକ୍ଷ ଟଙ୍କାର ବାଇକ ଯୋଗାଇ ଦିଆଯିବା ବୋଲି ପ୍ରଲୋଭନ ଦେଖାଇଥିଲେ ।
ଏହି ସବୁ ଅଞ୍ଚଳରୁ ଶତାଧିକ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ । କିନ୍ତୁ ବର୍ଷ ପରେ ବର୍ଷ ଓ ଦିନ ଗଡି ଚାଲିଲା । ହେଲେ ବାଇକ ମିଳିନଥିଲାଏଥିରେ ଅତିଷ୍ଠ ହୋଇ ଠକାମୀର ଶିକାର ହୋଇଥିବା ଲୋକେ ସେରଙ୍ଗ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା କେଶ ନଂ ୩୯/୨୨ ରୁଜୁ କରି ତଦନ୍ତ ଆରମ୍ଭ କରିବା ଅଭିଯୁକ୍ତ ଭାସ୍କର ରାଓକୁ ଆନ୍ଧ୍ର ପ୍ରଦେଶ ପାର୍ବତୀପୁରମରୁ ଗିରଫ କରି କୋର୍ଟ ଚାଲାଣ କରିଛି
© 2023 Odisha Taza News.