No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁନ ରବିବାର/ମାଲକାନଗିରି, ପଡିଆ :- ମାଲକାନଗିରି ନାଗରିକ ସମାଜ ତରଫରୁ ମାଲକାନଗିରି ସୀମା ସୁରକ୍ଷା କାର୍ଯ୍ୟାଳୟ ଠାରେ ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟ ତୀର୍ଥ ଆଚାର୍ଯ୍ୟ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଉକ୍ତ ସମ୍ବର୍ଦ୍ଧନା ସଭାରେ ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡଃ ରଞ୍ଜନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ ।
ନେହେରୁ ଯୁବକେନ୍ଦ୍ର ର ସଂଯୋଜକ ହରିଶ ରୂପାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୀମା ସୁରକ୍ଷା ବଳ ଡି.ଆଇ.ଜି ଶୈଳେନ୍ଦ୍ର ସିଂହ୍ଵା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଦାୟୀ କମାଣ୍ଡାଣ୍ଟ ତୀର୍ଥ ଆଚର୍ଯ୍ୟ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଦାୟୀ କମାଣ୍ଡାଣ୍ଟ ୨୦୧୮ ମସିହାରୁ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର ଓ ପରୋପକାରୀ ବ୍ୟକ୍ତି ରୂପେ ସୁନାମ ଅର୍ଜନ କରିଥିଲେ ।
ଆଦିବାସୀ ଛାତ୍ରଛାତ୍ରୀମାନ ଙ୍କ ଉନ୍ନତି କଳ୍ପେ ସେ ସର୍ବଦା ଚେଷ୍ଟିତ ଥିଲେ । ତାଙ୍କର କାର୍ଯ୍ୟ କାଳ ସମୟରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଭାରତର ବିଭିନ୍ନ ସ୍ଥାନ ଯଥା:- ଗୌହାଟୀ, ଗୁଜରାଟ, ଆଗ୍ରା ପ୍ରଭୁତି ସ୍ଥାନ ପରିଭ୍ରମଣ କରିବାର ବ୍ୟବସ୍ଥା କରାଇଥିଲେ । ବୃକ୍ଷରୋପଣ, ସମାଜସେବା, ଗରୀବ ଆଦିବାସୀ ଛାତ୍ରଛାତ୍ରୀ, ବୃଦ୍ଧ, ବୃଦ୍ଧା ମାନଙ୍କୁ ପଠନ ସାମଗ୍ରୀ, ବସ୍ତ୍ର, କମ୍ବଳ ବଣ୍ଟନ ପ୍ରଭୁତି ଅନେକ ଜନ ହିତକର କାର୍ଯ୍ୟରେ ସେ ସର୍ବଦା ପ୍ରଶଂସନୀୟ ଭୂମିକା ନିର୍ବାହ କରୁଥିଲେ । ମାଲକାନଗିରିରୁ ସୁଦୂର ପଞ୍ଜାବର ଅବହର ଜିଲ୍ଲା କୁ ବଦଳି ହୋଇଥିବାରୁ ତାଙ୍କୁ ଜିଲ୍ଲା ନାଗରିକ ସମାଜ ତରଫରୁ ଉଛ୍ୱସିତ ସମ୍ବର୍ଦ୍ଧନା ସହ ବିଦାୟ ଦିଆଯାଇଥିଲା ।
No Result
View All Result