No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୩ ଜୁନ ସୋମବାର /ମାଲକାନଗିରି,ପଡିଆ :- ଅଖିଳ ଭାରତୀୟ ଜାତୀୟ କଂଗ୍ରସର ନିର୍ଦ୍ଦେଶ କ୍ରମେ ଓଡ଼ିଶା ପ୍ରଦେଶ କମିଟିର ତତ୍ତ୍ଵ । ବଧାନ ରେ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟିର ନବ ସଂକଳ୍ପ ଶିବିର ସଦର ଟାଉନ ହଲ ଠାରେ ଅନୁଷ୍ଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଡ।ବୁଗାଁ ବିଧାୟକ ଭୁଜବଳ ମାଝୀ ତଥା ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଯୋଗ ଦେଇଥିଲେ । ଏହି ଅବସରରେ ଆଗାମୀ ଦିନରେ ବୁଥ ସ୍ତରରୁ,ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ୍ କରିବା,ଛାତ୍ର କଂଗ୍ରେସ,ଯୁବ କଂଗ୍ରେସ,ମହିଳା କଂଗ୍ରେସର ସଂଘଠନ କୁ କିପରି ସୁଦୃଢ଼ କରିବା ପାଇଁ ଆହ୍ବାନ ଦିଆଯାଇଥିଲା ।
ଏବଂ ତୃଣମୂଳ ସ୍ତରରେ ଜନ ସାଧାରଣଙ୍କ କିପରି ନିକଟତର ହୋଇପାରିବେ ସେ ସଂପର୍କ ରେ ଆଲୋଚନା ହେବା ସହ ଜିଲ୍ଲା କଂଗ୍ରେସ କମିଟିକୁ କିପରି ମଜବୁତ୍ ହେଵ ସେ ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ଚଳିତ ନିର୍ବାଚନ ରେ ବିଜୟ ଲାଭ କରିଥିବା କଂଗ୍ରେସ ସମର୍ଥିତ ସରପଂଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଏବଂ ଜିଲ୍ଲାର ସମସ୍ତ ଅଞ୍ଚଳରୁ ଆସିଥିବା ଶତାଧିକ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିଥିଲେ ।
ଜିଲ୍ଲା କଂଗ୍ରେସ କମିଟି ସଭାପିତି ଗୋବିନ୍ଦ ଚନ୍ଦ୍ର ପାତ୍ର, ମାଲା ମାଢି,କୃଷ୍ଣ ଚନ୍ଦ୍ର ଅନୁଗୁ,ଜି ଶ୍ରୀନିବାସ ରାଓ,କେଶୁ ରାଓ,ପର୍ଶୁରାମ ଭକ୍ତ,ପ୍ରାଣ କୃଷ୍ଣ ମଣ୍ଡଳ, ଭିମା ୱର୍ସେ, ଈର୍ମା ପୋଡ଼ିଆମି,ପୁଷ୍ପ।ରାଣି କବାସି, ସୁନାଧର କାକ।ରୀ,ସରୋଜ କୁମାର ପାତ୍ର ଏବଂ ପଦ୍ମ ପାଙ୍ଗି କଂଗ୍ରେସ ନେତୃବର୍ଗ ମାନେ ଏହି ଶିବିର ରେ ଉପସ୍ଥିତ ରହିଥିଲେ ।

No Result
View All Result