No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁନ ଶୁକ୍ରବାର/ଭୁବନେଶ୍ୱର :- ସ୍ପଷ୍ଟ ଦିବାଲୋକରେ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରୁ ବାଇକ ଡ଼ିକି ଭାଙ୍ଗି ଟଙ୍କା ଲୁଟିନେଇଥିବା ୨ ଲୁଟେରାଙ୍କୁ ଗିରଫ କରିଛି କପ୍ତିପଦା ପୋଲିସ ସ ଦୁଇ ଲୁଟେରାକୁ ରାଇରଙ୍ଗପୁର ଅଞ୍ଚଳରୁ ଗିରଫ କରିଛି କପ୍ତିପଦା ପୋଲିସ । ଗିରଫ ଦୁଇ ଲୁଟେରା ସମ୍ପର୍କରେ ମାମୁଁ ଏବଂ ଭଣଜା । ଗିରଫ ଦୁଇ ଜଣ ହେଲେ ଯାଜପୁର ଅଞ୍ଚଳର ଶିବ ପ୍ରଧାନ ଏବଂ ଗଞ୍ଜାମ ଆସ୍କା ଅଞ୍ଚଳର ଏ ଚକ୍ରବର୍ତ୍ତୀ ବୋଲି ଜଣାପଡ଼ିଛି ।
ଏହି ମାମୁଁ ଭଣଜା ଗତ ୭ ତାରିଖ ଦିନ କପ୍ତିପଦା ମୁଖ୍ୟ ବଜାରରେ ଗେଣ୍ଡାଗଡିଆ ଗ୍ରାମର ସୁରେନ୍ଦ୍ର ପାତ୍ରଙ୍କ ଗାଡି ଡ଼ିକି ଭାଙ୍ଗି ସ୍ପଷ୍ଟ ଦିବାଲୋକରେ ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟିନେଇଥିଲେ । ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗୁରୁବାର ସନ୍ଧ୍ୟା ସମୟରେ ଦୁଇ ଲୁଟେରା ରାଇରଙ୍ଗପୁର ଅଞ୍ଚଳରେ ବୁଲୁଥିବା ସୁଚନା ପାଇଥିଲା ପୋଲିସ ।
ଏବଂ ପୋଲିସ ସେମାନଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ ଯୁବକ ପୋଲିସକୁ ଦେଖି ସେଠାରୁ ଖସି ଯାଇଥିଲେ । ପୋଲିସ ମାମୁଁ ଏବଂ ଭଣଜା ପାଖରୁ ଲୁଟ ହୋଇଥିବା ଦେଢ଼ ଲକ୍ଷ ଟଙ୍କା ଜବତ କରିବା ସହିତ ଦୁଇ ଗୋଟି ବାଇକ ମଧ୍ୟ ଜବତ କରିଛି ଜ୍ଝ ଏହା ସହିତ ମୟୁରଭଞ୍ଜ ଜିଲ୍ଲା ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ହୋଇଥିବା ଲୁଟରେ ଏହି ଦୁଇ ଜଣଙ୍କର ସମ୍ପୃକ୍ତି ରହିଛି କି ନାହିଁ କିମ୍ବା କୌଣସି ରାକେଟ ରହିଛି ସେ ସମ୍ପର୍କରେ ଅଧିକ ତଦନ୍ତ କରୁଛି ପୋଲିସ ।
No Result
View All Result