No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁନ ଶୁକ୍ରବାର/ନୟାଗଡ଼ :- ସ୍ଥାନୀୟ ହାଉସିଂ ବୋର୍ଡ ନିକଟରେ ଗଢି ଉଠିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ର ନୟାଗଡ଼ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି । ସଂସ୍ଥାନର ନୟାଗଡ଼ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ନୟାଗଡ଼ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ ।
କରୋନାର ଦୁଇ ବର୍ଷ ତାଡନା ପରେ ବିଦ୍ଯାଳୟ ଖୋଲିଲା । ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟକୁ ଆସି ପ୍ରତ୍ଯେକ୍ଷ ଭାବେ ଶ୍ରେଣୀ ଶିକ୍ଷାଦାନ ପାଇଲେ।ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ କିଛି ନୂଆ ଦିଶା ଦେଖାଇବ ବୋଲି କହିବା ସହିତ ଗୁରୁଜୀ ଗୁରୁମା ମାନେ ଯୁଗ ନିର୍ମାତା ହେଲାବେଳେ ଛାତ୍ରଛାତ୍ରୀ ମାନେ ରାଷ୍ଟ୍ର ଭାଗ୍ଯ ବିଧାତା ବୋଲି ବକ୍ତବ୍ଯ ରଖିଥିଲେ।
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ମହାସଚିବ ଡାକ୍ତର କରୁଣାକର ପ୍ରଧାନ, ପ୍ରାଦେଶିକ କାର୍ଯ୍ଯକର୍ତ୍ତୀ ଆଲୋକପ୍ରଭା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲାବେଳେ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ,ପ୍ରାଦେଶିକ ପରୀକ୍ଷା ପ୍ରମୁଖ ତଥା ନୟାଗଡ଼ ଜିଲ୍ଲା ପ୍ରଭାରୀ ଲକ୍ଷ୍ମୀଧର ଆଚାର୍ଯ୍ୟ,
ପ୍ରାଦେଶିକ ବନ୍ଦନା ପ୍ରମୁଖ ଦିଲ୍ଲୀପ କୁମାର ମଲ୍ଲିକ, ପ୍ରଦୀପ କୁମାର ସାହୁ, ସୁନିତା ସାହୁ,ଅନ୍ନପୂର୍ଣ୍ନା ସାହୁ ଓ ରୋଜିତା ପଟ୍ଟନାୟକ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲାବେଳେ ଜିଲ୍ଲା ସ୍ତରୀୟ କାର୍ଯ୍ଯକର୍ତ୍ତା ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଅବିନାଶ ସାହୁ,ରାଜେନ୍ଦ୍ର କୁମାର ସାହୁ,ଲିପିକା ନାୟକ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଉଦଘାଟନ ସଭାରେ ନୟାଗଡ଼ ଜିଲ୍ଲା ସଂଯୋଜକ ମନୋରଂଜନ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ ।

No Result
View All Result