No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୩ ଜୁନ ଶୁକ୍ରବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ରେ ଥିବା ରାମଗିରି ଉପ ସ୍ୱାସ୍ଥ୍ୟକେନ୍ଦ୍ରର କିଛି ଗୁରୁତପୂର୍ଣ୍ଣ ସମସ୍ୟାକୁ ନେଇ ରାମଗିରି, ପେନ୍ଦାପଡା, ଦଣ୍ଡାବାଡି, ହଳଦୀକୁଣ୍ଡ ଓ ଚିପାକୁର ପଂଚାୟତର ଶତାଧିକ ଗ୍ରାମବାସୀ ମାନେ ଆଜି ଏକତ୍ରି ହୋଇ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହିତ ଆଲୋଚନା କରିଥିବାର ଜଣାପଡିଛି । ରାମଗିରି ଅଂଚଳର ବରିଷ୍ଟ ବିଜେଡିର ନେତା ବିଭୁ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱ ରେ ଏହି ୫ ଗୋଟି ପଂଚାୟତର ଗ୍ରାମବାସୀ ମାନେ ଆଜି ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଅଧିରାଜ ସାହୁଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଗୁହାରୀ କରିଥିବାର ଜଣାପଡିଛି ।
ତେବେ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ର ବହୁ ପୁରାତନ ହୋଇଥିବା ବେଳେ ଧିରେ ଧିରେ ବୈପାରିଗୁଡା ବ୍ଳକର ଅଧିକାଂଶ ପଂଚାୟତରେ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ସେହି ତୁଳନା ଅନୁସାରେ ୫ ରୁ ୭ ଟି ପଂଚାୟତବାସୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ସେହି ଅନୁପାତ ଅନୁସାରେ ରୋଗୀଙ୍କ ପାଇଁ ଶର୍ଯ୍ୟା ସଂଖ୍ୟା ମଧ୍ୟ କମ୍ ରହିଛି । ତାହା ସହ ସେହି ସ୍ଥାନରେ ନୂତନ ଗୃହ ନିର୍ମାଣ କରିବା ସହ ଶର୍ଯ୍ୟା ସଂଖ୍ୟା ବୃଦ୍ଧି କରିବା ନେଇ ୫ ଟି ଗ୍ରାମପଂଚାୟତର ଗ୍ରାମବାସୀ ମାନେ ଦାବି ଉପସ୍ଥାପନ କରିଥିବାର ଜଣାପଡିଛି । ସେହି ପରି ଭାବେ ଏବେ ସ୍ୱାସ୍ଥ୍ୟକେନ୍ଦ୍ର ଚାଳିଥିବା ବେଳେ ଅଧିକାଂଶ ସ୍ଥାନରେ ଗୃହ ଭାଙ୍ଗିରୁଜି ଯାଇଥିବା ବେଳେ ବର୍ଷା ଦିନେ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।
ତେଣୁ ରୋଗୀ ଓ ଅଂଚଳବାସୀଙ୍କ ହିତ ପାଇଁ ସରକାର ଓ ପ୍ରଶାସନ ଏହି ସମସ୍ୟାପ୍ରତି ଗୁରୁତ ଦେଇ ଏହି ସମସ୍ୟା ଗୁଡିକକୁ ସମାଧାନ କରିବା ନେଇ ଦାବି ରଖିଛନ୍ତ ଗ୍ରାମବାସୀ । ଦାବିପତ୍ର ପ୍ରଦାନ ସମୟରେ ବିଜେଡି ବରିଷ୍ଟ ନେତା ବିଭୁପ୍ରସାଦ ପଣ୍ଡା, ବ୍ଲକ ଆବାହକ ହେମନ୍ତ କୁମାର ମହାପାତ୍ର, ନବରଙ୍ଗପୁର ସାସଂଦ ପ୍ରତିନିଥିି ସାଥିରାମ ନାୟକ ,ଜିଲ୍ଲାପରିଷଦ ରାଜେଶ୍ୱର ମହୁରିଆ, ,ଜିଲ୍ଲା ଯୁବ ଉପସଭାପତି ବିଶ୍ୱଜୀତ ନାୟକ, ବ୍ଲକ ଯୁବ ସଭାପତି ରମେଶ ସ୍ୱାଇଁ, ନାଏବ ସରପଂଚ ସୁଶାନ୍ତ ସାହୁ, ସିତୁ ପଣ୍ଡା, ପ୍ରଦୀବ ଗୌଡ,ଅଶୋକ ଦାସ, ସଦାନନ୍ଦ ମଲ୍ଲିକଙ୍କ ସହ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।

No Result
View All Result