ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ବୈପାରିଗୁଡା :- କୋରାପୁଟଙ୍କ ଜିଲ୍ଲା ବୈପାରିଗୁଡା ବ୍ଲକ ସହରମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଭିତରେ ନୂତନ ଭାବେ ଗଣେଶ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଟିତ ହୋଇଯାଇଛି । ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ତଥା ଡାକ୍ତର ଅଧିରାଜ ସାହୁଙ୍କ ପ୍ରଚେଷ୍ଠା ବଳ ରେ ଏହି ଗଣେଶ ମନ୍ଦିର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମାଣ କରାଯାଇଥିବା ବେଳେ ବୈପାରିଗୁଡାବାସୀ ଓ ଡାକ୍ତର ମାନଙ୍କ ପକ୍ଷରୁ ମଧ୍ୟ ସହାୟତା ଯୋଗାଇ ଦିଆଯାଇଥିବାର ଜଣାପଡିଛି ।
ପ୍ରଭୁ ଗଣେଶ ବିଗ୍ରହଙ୍କର ମନ୍ଦିର ପ୍ରବେଶ କରାଯାଇଥିବା ବେଳେ ଏହି ପ୍ରତିଷ୍ଠା ଉତ୍ସବରେ କଳସ ବସାଇବା,ମନ୍ଦିର ଚାରି ପଟେ ବିଗ୍ରହଙ୍କୁ ପୂଜାର୍ଚ୍ଚନା,ପାଶ୍ୱର୍ ଦେବାଦେବୀଙ୍କ ପୂଜା କରିବା ସହ ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ଡାକ୍ତର ଅଧିରାଜ ସାହୁ ଓ ତାଙ୍କ ପତ୍ନୀ ଗଣେଶ ମନ୍ଦିର ପ୍ରତିଷ୍ଠାରେ କର୍ତା ଭାବେ ଦାୟତ୍ୱ ତୁଲାଇବା ସହ ପୂଜକ ଭାବେ ଟୁଲୁ ରଥ ଯୋଗଦାନ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ତରଫରୁ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ସେବନ କରିବା ନେଇ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ତେବେ ବୈପାରିଗୁଡା ଅଂଚଳରେ ଗଣେଶ ମନ୍ଦିର କୌଣସି ସ୍ଥାନ ରହି ନ ଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନିର୍ମାଣ କରାଯାଇ ପ୍ରତିଷ୍ଠା କରାଯିବା ପରେ ଏବେ ବୈପାରିଗୁଡା ଅଂଚଳବାସୀଙ୍କ ମଧ୍ୟ ଖୁସିର ଲହରୀ ଖୋଳି ଯାଇଛି । ମନ୍ଦିର ପ୍ରତିଷ୍ଠା ଉତ୍ସବ ପରେ ଗଣେଶଙ୍କୁ ପୂଜାର୍ଚ୍ଛନା ନିମନ୍ତେ ବୈପାରିଗୁଡା ସହର ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜମି ହୋଇ ପୂଜା କରିବା ପାଇଁ ଯାଉଥିବାର ଦେଖିବାକୁ ମିଳିଛି । ଏହି ପ୍ରତିଷ୍ଠା ଉତ୍ସବରେ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଟ ଡାକ୍ତର ବିଶ୍ୱଜୀତ ଭୂୟାଁ ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବାର ଜଣାପଡିଛି ।
© 2023 Odisha Taza News.