ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ତରଫରୁ ବୈପାରିଗୁଡା ଓ ରାମଗିରି ଫାଣ୍ଡି ର ରାମଗିରି ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଡିଏସପି ବିରଂଚି ନାରାୟଣ ଜଗତଙ୍କ ସଭାପତିତ୍ୱରେ ତଥା ପରିଚାଳନାରେ ବୈପାରିଗୁଡା ଥାନା ର ବିରଖମ୍ବ ମନ୍ଦିର ଓ ରାମଗିରି ଫାଣ୍ଡିର ରାମଗିରି ଗ୍ରାମରେ ଅନୁଷ୍ଟିତ ଏହି ବୈଠକରେ ବହୁ ଜନସାଧାରଣ ମାନେ ଯୋଗଦାନ କରିଥିବା ବେଳେ ଶିବିରରେ କିପରି ଜନସାଧାରଣ ପୋଲିସ ର ନିକଟତର ହେବେ ଓ ପୋଲିସକୁ ନ ଡରି ସାହାଯ୍ୟ କରିବା ସେହି ବିଷୟରେ ବୁଝାଇ ଥିଲେ ଡିଏସପି ବିରଂଚି ନାରାୟଣ ଜଗତ । ଜନସାଧାରଣଙ୍କୁ କିଭଳି ବିଭିନ୍ନ କୁସଂସ୍କାର ବିରୋଧରେ ସଚେତନ କରିବା ଓ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟ ରେ ସୁସମ୍ପର୍କ ପ୍ରତିଷ୍ଠା,ଯୌତୁକ ପ୍ରଥା ଉଛେଦ,ସମାଜରେ ବାସନ୍ଦ ପ୍ରଥା ଉଛେଦ, ସାଧାରଣ ଜନତାଙ୍କ ପୋଲିସ ପ୍ରତି ରହିଥିବା ଭୟ ଦୂରୀକରଣ ଓ ସାଇବର କ୍ରାଇମ ନେଇ ସଚେତନତା ସମ୍ପର୍କରେ ଆଲୋଚନା ହେଇଥିଲା ।
ମଦୁଆ ଓ ଅସମାଜିକ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖିବା ସହ ଜନସାଧାରଣଙ୍କୁ ହେଲମେଟ୍ ପିନ୍ଧିବା ନେଇ ସଚେତନତା କରାଯାଇଥିବା ଉପରେ ସମୀକ୍ଷା ମଧ୍ୟ କରାଯାଇଛି । ତେବେ କିଛି ସ୍ଥାନରେ ଅଚିହ୍ନା ବ୍ୟକ୍ତି,ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ଅଭିଯୋଗ ହେବା ପରେ ସେଗୁଡିକ ପ୍ରତି ମଧ୍ୟ ପୋଲିସ ନଜର ରଖିବା ସହ ସେହି ସ୍ଥାନକୁ ଯାଇ ଲୋକଙ୍କୁ ତାଗିଦ୍ କରାଯାଇଥିବା ନେଇ ସୂଚନା ପ୍ରଦାନ କରିଥିଲେ ଡିଏସପି ବିରଂଚି ନାରାୟଣ ଜଗତ । ପୋଲିସ ପକ୍ଷରୁ କଡାକଡି ପେଟ୍ରୋଲିଙ୍ଗ ବ୍ୟବସ୍ଥା ରହିବା ନେଇ ଜନସାଧାରଣ କହିଥିଲେ ।
ଏହା ସହ ଜୁଆ ଖେଳ ଉପରେ ମଧ୍ୟ କଡାକଡି ନଜର ଦିଆଯାଉ ବୋଲି କହିଥିଲେ ଓ ପୋଲିସ ମଧ୍ୟ ଏହା ଉପରେ ବିଶେଷ ନଜର ରଖିବ ବୋଲି ସହମତି ପ୍ରକାଶ ପାଇଛି । ଆଗ ଅପେକ୍ଷା ବର୍ତିମାନ ବୈପାରିଗୁଡା ଓ ରାମଗିରି ଅଂଚଳ ରେ ଚୋରି ଡକାୟତିର ପ୍ରଭାବ କିଛିଟା କମିଯାଇଥିବା ନେଇ ଉପସ୍ଥିତ ଜନସାଧାରଣ ପୋଲିସର କାର୍ଯ୍ୟ ଉପରେ ସନ୍ତୋଷ ପ୍ରକାଶ କରିଥିଲେ । ତେବେ ଆଗରୁ ହୋଇଥିବା କିଛି ଡକାୟତ ଘଟଣାର ଲୋକଙ୍କୁ ଧରିବା ନେଇ ମତ ପ୍ରକାଶ ପାଇଛି । ବୈପାରିଗୁଡାର କିଛି ଛକମାନଙ୍କରେ ଟ୍ରାଫିକ ସମସ୍ୟା ରହୁଥିବା ଦେଖାଯାଉଛି । ଏହା ଉପରେ ପୋଲିସ ଅଧିକ ଗୁରୁତ୍ୱ ଦେଇ ଟ୍ରାଫ୍ଖଳ ସମସ୍ୟାର ସମାଧାନ କରିବା ପାଇଁ ଜନସାଧାରଣ ପୋଲିସକୁ ଅନୁରୋଧ ମଧ୍ୟ କରିଥିବାର ଜଣାପଡିଛି । ଆଗାମୀ ଦିନରେ ଏହା ସବୁ କିଭଳି କାର୍ଯ୍ୟକାରୀ ହେବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ପାଇଁ ମତ ପ୍ରକାଶ ପାଇଥିଲା ।