No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ବରଗଡ଼ :- ବରଗଡ଼ ଜିଲାରେ ରବିଋତୁ (ଡାଲୁଆ) ଧାନ ସଂଗ୍ରହ ରେ ଅବ୍ୟବସ୍ଥା ଲାଗି ରହିଛି । ବିକ୍ରି ପାଇଁ ଚାଷୀମାନେ ଟୋକନ୍ ସହିତ ଧାନ ଆଣୁଥିଲେ ସୁଦ୍ଧା ତାହା ବିକ୍ରୀ ହେଉ ନ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମିଲର୍ସମାନେ ଧାନର ଗୁଣାତ୍ମକ ମାନ ପରୀକ୍ଷା ନ କରି କଟନୀ ଛଟନୀ କରୁଥିବା ଅଭିଯୋଗ ହୋଇଛି । ଏହି ଅବ୍ୟବସ୍ଥା ର ପ୍ରତିକାର ଦାବି ରେ ଆଜି ବରପାଲି ବ୍ଳକ ସତଲମା ଅଞ୍ଚଳର ଚାଷୀମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୧୨ତାରିଖରୁ ଉକ୍ତ ଧାନକ୍ରୟ କେନ୍ଦ୍ରରେ ଧାନ ଉଠାଇବାକୁ ୮ ମିଲର୍ସଙ୍କୁ ୨୩ହଜାର ୮୦୦ କୁଇଣ୍ଟାଲ ଧାନ ନିର୍ଦ୍ଧାରଣ କରାହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସେଠାରୁ ୪୪୮୯ କୁଇଣ୍ଟାଲ ଧାନକୁ ଉଠାଯାଇଛି । ବାକି ଧାନକୁ ଉଠାଯାଉ ନଥିବା ବେଳେ ମିଲର୍ସମାନେ କଟନୀ ଛଟନୀ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମଣ୍ଡିରେ ପଡିଥିବା ଧାନ ଉଠାଣ ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଧାରଣାରୁ ଉଠିବେ ନାହିଁ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

No Result
View All Result