No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୯ ମଇ ରବିବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବରଗାଁ ଠାରେ ଅଲ ଇଣ୍ଡିଆ କିଷାନ କ୍ଷେତ୍ର ମଜଦୁର ସଂଗଠନ ର ଦ୍ବିତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି ! ଏ.ଆଇ.କେ.କେ.ଏମ.ଏସ ର କୋରାପୁଟ ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ବିଶୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଚାଷୀ ସମ୍ମିଳନୀରେ କୁନ୍ଦୁରା ବ୍ଲକ ର ୧୧ ଗୋଟି ପଂଚାୟତର ଶତାଧିକ ଚାଷୀ ମାନେ ଯୋଗଦାନ କରିଥିବା ଜଣାପଡିଛି !

ଏସ.ୟୁ.ସି.ଆଇ ଜିଲ୍ଲା ସମ୍ପାଦକ କାହ୍ନୁ ବିଶ୍ବାଳ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ଚାଷୀନେତା ରାମ ବାରିକ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହିଛନ୍ତି ! ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଥମେ ଚାଷୀ ମାନଙ୍କ ଆନ୍ଦୋଳନ ରେ ମୁତ୍ୟୁବରଣ କରିଥିବା ଚାଷୀ ମାନଙ୍କୁ ଗଭୀର ଶ୍ରଦ୍ଧା ଶ୍ରଦ୍ଧାଂଚଳି ପ୍ରଦାନ କରାଯାଇଥିଲା ! ଚାଷୀମାନଙ୍କୁ ସବୁ ସମୟରେ ସରକାର ଭୁୟା ବୁଲାଉଥିବା ବେଳେ ସଠିକ ସମୟରେ ସହଯୋଗ କରୁନଥିବାରୁ ତାହାକୁ ବିରୋଧ କରିବା ସହ ଚାଷୀ ଆନ୍ଦୋଳନ କୁ

ଜୋରଦାର ଭାବେ କରିବା ସହିତ ଚାଷୀ ମାନଙ୍କ ସମସ୍ତ ସୁବିଧା ଅସୁବିଧାରେ ସଂଗଠନ ପାଖରେ ଠିଆ ହୋଇ ହାତକୁ ହାତ ମିଶାଇ ସହଯୋଗ କରିବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି ତାହା ସମସ୍ତ ବିଷୟବସ୍ତୁ କୁ ନେଇ ଆଲୋଚନା ମଧ୍ୟ କରାଯାଇଥିବାର ଜଣାପଡିଛି ! ଆସିଥିବା ଚାଷୀ ମାନଙ୍କୁ ନେଇ ଏକ ବ୍ଲକ କମିଟି ଗଠନ କରାଯାଇଛି ! କୁନ୍ଦୁରା ବ୍ଲକ ଚାଷୀ ସଭାପତି ଭାବେ ଜଗନ୍ନାଥ ଗୌଡ ଙ୍କୁ ନିର୍ବାଚିତ କରାଯାଇଥିବାର ଜଣାପଡିଛି !

No Result
View All Result