No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/ପାରଳାଖେମୁଣ୍ଡି :- ଜିଲ୍ଲାର ପାରଳାଖେମୁଣ୍ଡି ଟାଉନହଲ ଠାରେ ୫ଟି କାର ପୋଡ଼ା ଘଟଣା । ପାରଳାଖେମୁଣ୍ଡି ପୋଲିସ ୬ ଜଣଙ୍କୁ ଗିରଫ କରିବାକୁ ନେଇ ପ୍ରତିବାଦ କରିଛି ପାରଳାଖେମୁଣ୍ଡି ପୌରପରିଷଦ ସଫେଇ କର୍ମଚାରୀ ସଙ୍ଘ । କୌଣସି ପ୍ରମାଣ ନ ଥାଇ ପୋଲିସ ବେଆଇନ ଭାବେ ସେମାନଙ୍କୁ ଗିରଫ କରିଛି ବୋଲି ହୋଇଛି ଅଭିଯୋଗ ।
ଗିରଫ ସମସ୍ତ ବ୍ୟକ୍ତି ପାରଳାଖେମୁଣ୍ଡି ମେହେନ୍ତର ସାହି ବା ସ୍ଵିପର କଲୋନୀର ବାସିନ୍ଦା । କୌଣସି ପ୍ରମାଣ ନଥାଇ ପୋଲିସ ବେଆଇନ ଭାବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରିଛି । ଏଣୁ ଏହାର ପ୍ରତିବାଦ କରି ଆଜି ପାରଳା ସହରରେ ଅଳିଆ ଆବର୍ଜନା ସଫା ହୋଇପାରିନି । ଗିରଫ ବ୍ୟକ୍ତି ମାନଙ୍କୁ ନଛାଡିବା ପର୍ଯ୍ୟନ୍ତ ସହରର ସଫେଇ ହୋଇପାରିବ ନାହିଁ ବୋଲି କହିଛନ୍ତି ସଂଘର ସଦସ୍ୟମାନେ । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

No Result
View All Result