No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/ବରଗଡ :- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଉପଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲ ଙ୍କ ଅଧ୍ୟକ୍ଷତାରେ ,ହାଇଓ୍ବେ ୟୁଜର୍ସ ଫୋରମ୍ ର ସଦସ୍ୟ ମାନଙ୍କ ଉପସ୍ଥିତି ରେ ଆର ବି ରାସ୍ତା ରୁ ବେ ଆଇନ ଟୋଲ ଟେକ୍ସ ଆଦାୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଡେପୁଟି କଲେକଟର ଶ୍ରୀମତୀ ସୁମତି ପଣ୍ଡା ,ଅତିରିକ୍ତ ଏସ. ପି.ପ୍ରଦ୍ୟୁମ୍ନ ମିଶ୍ର ,ଏସ .ଡି.ପି.ଓ ଦୀପକ ଗୋଛାୟତ ,ବରଗଡ ମୁନିସିପାଲିଟି ଇ.ଓ .ଶ୍ରୀ ନାରାୟଣ ଦଣ୍ଡସେନା ,ଆର .ଡି .ଏକଜୁକୁଟିଭ ଇଞ୍ଜିନିଅର ସଞ୍ଜୟ ମିଶ୍ର ଙ୍କ ଉପସ୍ଥିତି ରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା ଏହି ବୈଠକ ରେ ହାଇୱେ ୟୁଜର୍ସ ଫୋରମ ତରଫରୁ ଇଂ ଦେବବ୍ରତ ମିଶ୍ର ଙ୍କ ନେତୃତ୍ବରେ ଏକ ୫ଜଣିଆ ପ୍ରତିନିଧି ଦଳ ଓ ଏନ.ଏଚ .ଏ .ଆଇ ଓ ଅଶୋକା ବିଲଡ଼କାନ ତରଫରୁ ତାଙ୍କ ପ୍ରତିନିଧି ମାନେ ହାଇୱେ ୟୁଜର୍ସ ଫୋରମ ତରଫରୁ ହୋଇଥିବା ଅଭିଯୋଗ ଉପରେ ଆଲୋଚନା କରିଥଲେ ।
ଏଥିରେ ଫୋରମ ର ମୁଖ୍ୟ ଦାବି ଆର .ଡି .ରୋଡ ଉପରେ ଜବରଦସ୍ତି କରୁଥିବା ଟୋଲ ଆଦାୟ କୁ ବନ୍ଦ କରିବା ପାଇଁ ଦାବି କୁ ପ୍ରଶାସନ ମାନିନେଇ ଏହି ଟୋଲ ଆଦାୟ କୁ ସନ୍ଧ୍ୟା ସୁଧା ବନ୍ଦ କରି ରାସ୍ତା ଉପରେ କରିଥିବା ବେରିକେଟ କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ଦାବି ଗୁଡିକ ମଧ୍ୟରେ ସର୍ଭିସ ରୋଡ କୁ ସମ୍ପୂର୍ଣ କରିବା ,ରାସ୍ତା ରେ ଯାତ୍ରୀଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା , ଆବଶ୍ୟକ ସ୍ଥାନରେ ରେ ବିଜୁଳି ବ୍ୟବସ୍ଥା ,ବାଇପାସ ,ଅଣ୍ଡର ପାସ ,ଇତ୍ୟାଦି ତିଆରି କରିବା ଓ ଜରୁରୀ କାଳୀନ ସେବା ଯେପରିକି ଡିସ୍ପେନ୍ସାରୀ ,ପ୍ରାଥମିକ ଚିକିତ୍ସା ,ହେଲ୍ପ ସେଣ୍ଟର ଖୋଲିବା ଓ ରାସ୍ତା କୁ ଟୋଲ ଷ୍ଟାଣ୍ଡାର୍ଡ ହିସାବରେ ତିଆରି କରାଯାଇ ଟୋଲଗେଟ କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

No Result
View All Result