No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/ମାଲକାନଗିରି :- ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ଏବଂ ନବ ନିର୍ବାଚିତ ଜନପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ପୈ।ରାଧ୍ୟକ୍ଷ ମନୋଜ କୁମାର ବାରିକ, ପୈ।ରାଉପଧ୍ୟକ୍ଷ୍ୟ କବିତା ମହନ୍ତ,
ବିଜେଡି ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ସାଙ୍ଗଠନିକ ସଂପାଦକ ନୃସିଂହ ଚରଣ ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ଗୋପାଳ କୃଷ୍ଣ ପଣ୍ଡା,ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡମା ରାବା, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ,
ଜିଲ୍ଲା ମହିଳା ଜନତା ଦଳ ସଭାନେତ୍ରୀ ସୁକାନ୍ତି ଵୁରୁଦାଙ୍କ ସହ ନବ ନିର୍ବାଚିତ ସଦସ୍ୟା, ସଦସ୍ୟ, ପୈ।ର ପରିଷଦର ନବ ନିର୍ବାଚିତ ୱ।ଡମେମ୍ବର ଏବଂ ବିଜେଡି ଆଇଟି ସଂଯୋଜକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାର ବିକାଶ ଦିଗରେ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା ।

No Result
View All Result