• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମନପଡେ ସେଇ ଅନୁଭୂତି ସେଦିନର ଛତ୍ରପତି …..

Proprietor Abhimanyu Maharana by Proprietor Abhimanyu Maharana
May 26, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ହୋମ୍
0
ମନପଡେ ସେଇ ଅନୁଭୂତି ସେଦିନର ଛତ୍ରପତି …..
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୨୬ ମଇ ଗୁରୁବାର/ଭୁବନେଶ୍ୱର :-  ଅର୍ଦ୍ଧ ଶତାବ୍ଦୀର ପରିଚୟ । ପିଲାଦିନେ ଧାନକଟା ଛୁଟିରେ ଭୁବନେଶ୍ୱର ଯାଇଥାଏ । ରାଜ୍ୟ ବିଧାନସଭା ପାଖ MLA କଲୋନୀରେ ବାପାଙ୍କୁ ମିଳିଥିବା 9/R କ୍ୱାଟରଠୁ ଡାକେ ବାଟ ଦୂର ରବୀନ୍ଦ୍ର ମଣ୍ଡପରେ ନାଟକ ହେଉଥିଲା ।  ଆମ ଘରକୁ ଆସିଥିବା ନିମନ୍ତ୍ରଣ ପତ୍ର ନେଇ ମୁଁ କାହା ସହ ସନ୍ଧ୍ୟାରେ ନାଟକ ଦେଖିବାକୁ ଯାଇଥିଲି। ବୋଧହୁଏ ଦ୍ଵିତୀୟ କିମ୍ବା ତୃତୀୟ ଶ୍ରେଣୀରେ ପଢ଼ୁଥିଲି। ତା ପରଦିନ ସକାଳୁ ଉଠି ଦେଖିଲି ଯେ ନାଟକର ମୁଖ୍ୟ ଭୂମିକା ରେ ଅବତୀର୍ଣ୍ଣ କଳାକାର ଜଣକ ଆମ କ୍ୱାଟର ବୈଠକ ଖାନା ରେ ବସି ଖବରକାଗଜ ପଢୁଛନ୍ତି । କଳା ହାପ ସୁ, ଗୌର ବର୍ଣ୍ଣ ଡେଙ୍ଗା ଚେହେରା ଧୋବ ଫରଫର ଇସ୍ତ୍ରୀ ଦିଆ ଧୋତି ସାଙ୍ଗକୁ କଳା କୋର୍ଟ ଆଉ ମୁଣ୍ଡରେ ମୁକୁଟ ପିନ୍ଧିଲା ଭଳି ମଙ୍କି କ୍ୟାପ ଟେ । ଗୋଡ଼ ଉପରେ ଗୋଡ଼ ଥୋଇ ଖବର କାଗଜ ପଢିବାରେ ନିମଗ୍ନ ।

ଦୌଡ଼ି ଯାଇ ବୋଉକୁ କହିଲି, ବୋଉ ଲୋ ବୋଉ.. !! ଡ୍ରାମାର ଛତ୍ରପତି ଆସି ଆମ ଘରେ ବସିଛନ୍ତି। ଚୁପ…ସେମିତି କହନ୍ତିନି। ନନା ଶୁଣିଲେ ରାଗିବେ । ସେ ସମୟରୁ ସେଇ ଆଧାରରେ ତାଙ୍କୁ ଚିହ୍ନିଛି । ଅଦ୍ୟାବଧି ତାଙ୍କୁ ପ୍ରାୟ ହଜାରରୁ ଉର୍ଦ୍ଧ୍ବ ଥର ସିଧାସଳଖ ଦେଖିଥିଲେ ବି ସବୁବେଳେ ତାଙ୍କଠି ସେଇ ଛାତ୍ରପତିଙ୍କ ଚେହେରାର ଝାପସା ମନକୁ ଆସିଯାଏ । ହେତୁ ପାଇଲା ଦିନୁ ଯଦିଚ ମତେ କିମ୍ବା ମୁଁ ଜାଣିଥିବା କୋଉ ଛୋଟ ପିଲାଙ୍କୁ କେବେ ସେ ଶ୍ରଦ୍ଧା କି ରାଗରେ କିଛି କୁହନ୍ତି ନାହିଁ, ତଥାପି ଆମେ ତାଙ୍କ ଉପସ୍ଥିତରେ ଖୁସି ନ ହେଲେ ବି ସମ୍ମାନରେ ଏକ ଅଜଣା ଭୟ ଥାଏ। ଜ୍ୟୋତି ବସୁ, ଇଏମ ଏସ, ପ୍ରମୋଦ , ନୃପେନଙ୍କ ଭଳି ଭାରତର ଅନେକ ବିଶିଷ୍ଟ କମ୍ୟୁନିଷ୍ଟ ନେତାମାନେ ସେ ସମୟରେ ଆମ ଘରକୁ ବହୁ ଥର ଆସିଥାନ୍ତି, ଆଉ ଆମକୁ ଦେଖି ଦେଲେ, ଗାଲ ଟିକେ ଚିପି ଦିଅନ୍ତି କିମ୍ବା ମୁଣ୍ଡରେ ହାତ ବୁଲେଇ ଦିଅନ୍ତି। ସେତିକିରେ ଆମେ ଖୁସି ।

ଜରୁରୀକାଳୀନ (Emergency) ସମୟର ଏକ ଘଟଣା। ଗାଁରେ ସକାଳୁ ଉଠିଲା ବେଳକୁ ଦେଖିଲି ମୋ ଶୋଇବା ଜାଗାରେ ମୁଁ ନାହିଁ। ବୋଧେ ରାତିରେ ମୋତେ କିଏ ଟେକି କିମ୍ବା ଘୋଷାରି ଆଣି ଘରର ଅନ୍ୟ ଏକ ଜାଗାରେ ଶୁଆଇ ଦେଇଛି। ନିଦରୁ ଉଠି ସିଧା ଆମ ଶୋଇବା ଘରକୁ ଯାଇ ଦେଖିଲି ସେଇ ଛତ୍ରପତି ଆମ ଖଟ ଉପରେ ଲମ୍ଵହୋଇ ଶୋଇଛନ୍ତି। ଦୌଡ଼ି ଆସି ଜେଜ ମା’ କୁ କହିଲି, ସେ ମୋତେ ଆକଟ କରି ଇଶାରା ଦେଲା। କାହାକୁ କୋଉଠି କିଛି କହିବୁନି । ସେ ଆମ ଘରେ ଲୁଚିକି ଅଛନ୍ତି। ତାଙ୍କୁ ପୋଲିସ ବାନ୍ଧି ଜେଲରେ ପୁରେଇ ଦେବ ବୋଲି ଖୋଜୁଛି। ଏବେ ବୁଝିଗଲି। କାରଣ ନନା (ବାପା) ଙ୍କୁ ବି ଏମିତି ପୋଲିସ ବାନ୍ଧିବ ବୋଲି ଖୋଜିବା କଥା ଆମକୁ କୁହାଯାଇଛି। ଆମେ ସବୁ ଭୟରେ ଥାଉ। ବୋଉ କୁହେ ମୋ ଏକୋଇଶିଆ ଦିନ ପୋଲିସ ମୋ ବାପାଙ୍କୁ ନେଇ ଜେଲରେ ରଖିଥିଲା। ବାପା ପ୍ରାୟ ଦେଢ ବର୍ଷ ଜେଲରେ ରହିଲେ। ତା ଭିତରେ ଆମ ଘର ବି ପୋଡି ଯାଇଥିଲା, ଗାଈ ଗୋରୁ ପୋଡ଼ି ମରି ଯାଇଥିଲେ। ଆମେ ବେଘର ହୋଇଯାଇଥିଲୁ। ସେଇ ସବୁ ଶୁଣା କଥା ମୁଣ୍ଡରେ ପଶି ଭୟ ଲାଗିଲା। ମନେ ମନେ ପୋଲିସକୁ ଦୁଇବର୍ଷ ତଳେ ରବିନ୍ଦ୍ରମଣ୍ଡପରେ ଦେଖିଥିବା ନାଟକର ଆଉରଙ୍ଗଜେବ ଚରିତ୍ର ସହ ତୁଳନା କରିଚାଲିଲି।

ମୋ ଜେଜେ ମା’ ର ସାନ ଭାଇ ଦୁଃଖା ଅଜା ଆମ ଘରକୁ ଆସିଥାନ୍ତି। ଆମ ପିଲାମାନଙ୍କୁ ଡାକିନେଇ ପାଖରେ ବସେଇ ବୁଝେଇ ଦେଲେ। ସାଇ ପଡିଶାରେ ଆମ ରାଜନୈତିକ ବିରୋଧୀ ବି ଅଛନ୍ତି। ଛଦ୍ମବେଶରେ ପୋଲିସ ଗୁଇନ୍ଦା ବି ଆସୁଛନ୍ତି, ଭୁଲରେ ସେମାନେ ଯେମିତି ଏ ଖବର ଜାଣିବେନି। ନହେଲେ ପୋଲିସକୁ ଖବର ଦେଇଦେବେ। ଓହୋ ! ସେଥିପାଇଁ କାଲି ସନ୍ଧ୍ୟାରେ ଆମ ଟ୍ୟୁସନ ବନ୍ଦ କରି ଜୟ ସାରେ ଓ ଭୋବନା ଭାଇ ଦିଟା ସାଇକେଲ ନେଇ କୁଆଡେ ଯାଇଥିଲେ। ଏବେ ବୁଝିଲି। ଛତ୍ରପତିଙ୍କୁ ଆମ ଗାଁ ଠୁ ତିନି ଚାରି ମାଇଲ ଦୂର ଓଳସିଙ୍ଗ ରୁ ଆଣି ଆସିଛନ୍ତି। ସ୍ୱାଭାବିକ ଭାବେ ଘରକୁ ଅତିଥି ଆସିଲେ ପିଲାମାନେ ଯେମିତି ଖୁସି ହେବା କଥା, ଆମେ ସେମିତି ଖୁସି ନ ଥିଲୁ। କାରଣ ଏ ଅତିଥି ଆମ ପିଲାମାନଙ୍କ ପାଇଁ କିଛି ଆଣିନଥାନ୍ତି। ଘର ଭିତରେ ଚୁପ ଚାପ ଲୁଚିରହି କାହାସହ କଥାଵାର୍ତା ନ କରି, ଦିନ ତମାମ ସେଇ ଶୋଇବା ଘରେ ଥାନ୍ତି ।

ମୋ ଜେଜ ମା’ ର ଧଳା ମସରାଜି ଲୁଗାଟିକୁ ମହିଳାଙ୍କ ଭଳି ପିନ୍ଧି ଶୌଚ ପାଇଁ ବାରି ପଟ ପାଇଖାନାକୁ ଯିବା ଟା ଆମକୁ କେମିତି କେମିତି ଲାଗୁଥିଲା। ସେ ଜଲଦି ଆମ ଘରୁ ଯାନ୍ତୁ ବୋଲି ଜେଜ ମା’ କୁ କହିଲି। ଯୋଗକୁ ସେଇଆ ବି ହେଲା। ସନ୍ଧ୍ୟାରେ ରଣପୁରରୁ ବ୍ରଜ ମଉସା ବଗ ଭାଇ ହାତରେ ଚିଠିଟେ ଲେଖି ପଠାଇ ଥିଲେ। ତୁରନ୍ତ ଜଙ୍ଗଲ ଅଞ୍ଚଳ ପଟିଆ ଗାଁ ଦୈତାରି ନାୟକ ଘରକୁ ଚାଲିଯିବାକୁ। ରଣପୁର ପୋଲିସ ଅତିଥିଙ୍କ ଆମ ଘରେ ରହିବା ଖବର ପାଇ ସାରିଛି। ପୁଣି ସେଇ ଜୟ ସାରେ ଓ ବଗଭାଇ ତାଙ୍କୁ ନେଇ ତୁରନ୍ତ ସାଇକେଲ ରେ ବସେଇ ପଟିଆ ଚାଲିଲେ। ବୋଧ ହୁଏ ଛତ୍ରପତି ସେଠି ରହି ଏକଛତ୍ରବାଦ ବିରୁଦ୍ଧରେ ଗରିଲା ଯୁଦ୍ଧ ପାଇଁ ପ୍ରସ୍ତୁତ ହେବେ।

ଅନେକ ଦିନ ଗଲାରୁ ଜରୁରୀକାଳୀନ ପରିସ୍ଥିତି ଶେଷହେବା ପରେ ଭୁବନେଶ୍ୱର ର ଇନ୍ଦିରା ପାର୍କ ଅର୍ଥାତ ସେ ସମୟର ପ୍ୟାରେଡ଼ ଗ୍ରାଉଣ୍ଡ ରେ ଗୋଟେ ବଡ଼ ସଭା ହେଉଥିଲା। ବିଜୁବାବୁଙ୍କ ସହ ଅନ୍ୟ ବହୁ ନେତା ଜେଲରୁ ବାହାରି ସେଠି ଉଦବୋଧନ ଦେଉଥାନ୍ତି। ହଜାର ହଜାରଙ୍କ ଭିତରେ ମୁଁ ବି ଶିଶୁ ଶ୍ରୋତା। ସେଠି ବି ମଞ୍ଚରେ ଛତ୍ରପତି ଥାନ୍ତି। ସିପିଏମ ପାର୍ଟିର ବନମାଳୀ ଦାସ, ସିଧେଶ୍ୱର ପାଣିଗ୍ରାହୀ, ପୂର୍ଣ ବଡ଼ଜେନା, ଅଜୟ ରାଉତ, ଜନାର୍ଦ୍ଦନ ପତି, କ୍ଷୀତିଶ ବିଶ୍ୱାଳ, ଲମ୍ବୋଦର ନାୟକ, ଈଶ୍ୱର ଦାସ, ହିମାଂଶୁ ନନ୍ଦି, ରମେଶ ପଣ୍ଡା (ମୋ ବାପା) ଏବଂ ଆହୁରି ଅନେକ ଯୁବ ଛାତ୍ର ନେତା ସବୁ ଥାନ୍ତି। ଅନ୍ୟ ଅଣ କଂଗ୍ରେସ ନେତା ତ ମାଳ ମାଳ.. ବିଜୁବାବୁଙ୍କୁ ଛାଡି ଓଡ଼ିଶାର ଅନ୍ୟ ନେତାଙ୍କ କଥା ଆଲୋଚନା କରାଯାଇ ନ ପାରେ। ୧୯୭୭ ମସିହାରେ ଜନତା ପାର୍ଟିସହ ଆସନ ବୁଝାମଣାରେ CPM ଦଳ ଭୁବନେଶ୍ୱର MP ଆସନରୁ ଓ ପରେ ପରେ ଯେତେଥର ବି ଜିତା ହୋଇଛି ତାହା ବିଜୁବାବୁଙ୍କ ନେତୃତ୍ୱର ବୁଝାମଣା ରାଜନୀତିରେ ।

କିନ୍ତୁ ଅନେକଥର ବିଧାନସଭା ବେଳକୁ ବୁଝାମଣା ହୁଏନି, କଂଗ୍ରେସ ବିରୁଦ୍ଧରେ ବିରୋଧୀଙ୍କ ଭିତରେ ବନ୍ଧୁତ୍ୱପୂର୍ଣ ଲଢେଇର ଆଖ୍ୟା ଦିଆଯାଏ। ବିଜୁବାବୁ ତ ବଡ଼ ନେତା, ହିଟଲର ଭଳି ଯାହା ବୁଝିଥିବେ ସେଇଆ। କିନ୍ତୁ ଶିବାଜୀ ମୋ ସାନ ଭାଇ କହି ତାଙ୍କ ପାଇଁ ଭୋଟ ପ୍ରଚାର କରନ୍ତି। ମାତ୍ର ଅଭ୍ୟାସ ଗତ ଭାବେ ମଞ୍ଚରେ ଭାଷଣ ଦେବା ଭିତରେ ଶିବାଜୀ ବାବୁଙ୍କୁ ଲକ୍ଷକରି, ତୋ ଚିହ୍ନ ଟା କଣ ରେ ..ବୋଲି ସର୍ବସାଧାରଣରେ ମାଇକ ରେ କୁହନ୍ତି। ଶିବାଜୀ ବାବୁ ଯୋଡ଼ ହସ୍ତରେ ଠିଆହୋଇ କହନ୍ତି ଦା ହାତୁଡି ତାରା…। ସବୁ ନିର୍ବାଚନୀ ସଭାରେ ସେଇଆ ହୁଏ। କିନ୍ତୁ ବିଜୁବାବୁ CPM ର ଦଳୀୟ ଚିହ୍ନକୁ ନିଜେ ଉଚ୍ଚାରଣ ନ କରି, ମୁଁ ବିଜୁ ପଟ୍ଟନାୟକ କହୁଛି , ସେ ମୋ ସାନଭାଇ , ତାକୁ ଭୋଟ ଦେବ। ସତେ ଯେମିତି ଭୋଟର ମାନେ ତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥାନ୍ତି। ବିଚରା ମାନଙ୍କର ଉପାୟ ନ ଥାଏ। କଂଗ୍ରେସ ବିରୋଧୀ ହୋଇ ବାଧ୍ୟରେ ଦା ହତୁଡି ତାରା ରେ ମୋହର ମାରନ୍ତି। ସେ ବି ଦେଖିବାକୁ ବିଜୁଙ୍କ ସାନଭାଇ ଭଳି ଡେଙ୍ଗା ଗୋରା ଓ ପଟ୍ଟନାୟକ ସାଙ୍ଗିଆ ଧାରୀ। ଅନ୍ୟ ମାନଙ୍କ ଆଗରେ ଭାରି ଗାମ୍ଭିର୍ଯ୍ୟ ରହୁଥିବା ଶିବାଜୀ ବାବୁ କିନ୍ତୁ ବିଜୁଙ୍କ ବଡଭାଇ ପଣିଆ ଆଗରେ ନତ ମସ୍ତକ। ସେ ଏକା ନୁଁହନ୍ତି, କେଇଜଣ ହାତ ଗଣତିଙ୍କୁ ଛାଡିଦେଲେ ଓଡ଼ିଶାର ପ୍ରାୟ ସବୁ ଦଳର ସବୁ ନେତା ବିଜୁଙ୍କ ଆଗରେ ସେମିତି।

ଥରେ ଶିବାଜୀ ବାବୁ ଦିଲ୍ଲୀରୁ ଫେରି ଫ୍ରେସ ହେବା ପାଇଁ ସିଧା ଆମ 9/R କ୍ୱାଟରରେ ପହଞ୍ଚନ୍ତି। କାରଣ ସେଇଟା ବି ପାର୍ଟିର ଅଫିସ ପାଇଁ ବ୍ୟବହୃତ ହୁଏ। ଆମେ କଦବା କୋଚିତ ଭୁବନେଶ୍ୱର ଗଲେ, ଓଡ଼ିଶାର ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ବନମାଳୀ ବାବୁଙ୍କ ସ୍ତ୍ରୀ ଆସି ଆମ ଘରେ ପ୍ରାୟ ବୋଉ ସହ ଗପନ୍ତି। ଶିବାଜୀ ବାବୁ ଆସିବାରୁ ସେ ଥଟ୍ଟାରେ କହିଲେ, ଏଇ ଲୋ.. ଦିଲ୍ଲୀରୁ MP ଆସିଗଲେ। କଣ ଭଲ ମନ୍ଦ ଆଣିଥିବେ ନିଶ୍ଚୟ। ମାନ୍ୟରେ ବୋଉ ଆଡେଇ ହୋଇଗଲା। ବନମାଳୀ ବାବୁଙ୍କ ସ୍ତ୍ରୀ କୋଉ ଛାଡିବା ଲୋକ। ଶିବାଜୀ ବାବୁ ଗାଧୁଆ ପାଦୁଆ କଲାବେଳେ ତାଙ୍କ କଳା ହ୍ୟାଣ୍ଡବ୍ୟାଗକୁ ଦରାଣ୍ଡି, ବୋଉକୁ ଠାରରେ ଡାକ ପକେଇଲେ। ତା ଭିତରୁ ଚା ପତା ମୁଣି (pouch) ଦୁଇଟା, ଆଙ୍ଗୁଟି ଟିପ ଭଳି ନୂଆ ସାବୁନୁ ଗୋଟେ କି ଯୋଡ଼େ, ଆଉ କଣ ସବୁ ମୋର ମନେ ପଡୁନି ବାହାର କରି ବୋଉକୁ ଦେଖେଇ କହିଲେ, ଦେଖ ! ଏ ହେଉଛି MP ଙ୍କ ସମ୍ପତ୍ତି। ଦିଲ୍ଲୀରୁ ଆଣିଛନ୍ତି ।

ମଳି ଟିକେ ଦିଅନ୍ତେ ଭଲା । ଦୁହେଁ ହସୁଥାନ୍ତି। ଆମେ ପିଲାଏ କିଛି ନ ବୁଝି ବି ଵୋକା ଙ୍କ ଭଳି ହସିଲୁ । କିନ୍ତୁ ସେ ଦିନର କଥା ବହୁ ଦିନ ପରେ ବୁଝିଲୁ । ଦେହର ମଳି ନ ଦେବା ଲୋକ ନିଜ ଶରୀର ଦାନ କରିବାର ଇଛା ପ୍ରକାଶ କରି ଚିର ସ୍ମରଣୀୟ ରହନ୍ତି। ସର୍ବହାରର ନେତା ହେଲେ କେମିତି ଚଳିବାକୁ ହୁଏ ବୁଝିବା କଷ୍ଟ । ଅବଶ୍ୟ ପୁଞ୍ଜିବାଦ କର୍ପୋରେଟ ଜଗତ ବିରୁଦ୍ଧରେ ବହୁ କଟୁ ସମାଲୋଚନା କରୁଥିବା ଅନେକ ସାମ୍ୟବାଦୀ,ସମାଜବାଦୀ ନେତା କର୍ମୀ ନିଜ ପରିବାର ଭରଣପୋଷଣ ପାଇଁ ସେଇ ପୁଞ୍ଜିପତି ମାନଙ୍କ ପାଖରେ ନିଜ ପିଲାଙ୍କୁ ମୂଲ ଲଗେଇବା ଦୃଷ୍ଟାନ୍ତ ଅନେକ। ଲୋକଙ୍କ ସବୁଦିନିଆ ଥାନା କୋର୍ଟ କଚେରୀ ଡାକ୍ତରଖାନା ବ୍ଲକ ତହସିଲ ସ୍କୁଲ କଲେଜ, ଜମି ଜଳ ଚାଷ ବ୍ୟବସାୟ ଚାକିରୀ କିମ୍ବା ଅନ୍ୟ କୋଉ ବ୍ୟକ୍ତିଗତ ସମସ୍ୟା ବିଷୟରେ ଶିବାଜୀ ବାବୁ କେବେ ପଶନ୍ତି ନାହିଁ । ଲୋକେ ବି ତାଙ୍କୁ ଗୁହାରି କରନ୍ତିନି ।

ଯୋଉ ନେତାମାନେ ଏ ସବୁ ଜଞ୍ଜାଳରେ ଥାନ୍ତି ତାଙ୍କୁ ସେ ବିରକ୍ତ ହୁଅନ୍ତି, ଓଲଟା କୁହନ୍ତି ଯେ ଏଥିରେ ସଂଗଠନ ବଢେନି। ଲୋକଙ୍କୁ ରାଜନୈତିକ ଭାବେ ସଂଗଠିତ କରି ସଚେତନ କରିବାକୁ ହେବ। ବ୍ୟକ୍ତିର ଦୈନ୍ୟଦିନ ସମସ୍ୟା ଅପେକ୍ଷା ସାମୁହିକ ସମସ୍ୟାକୁ ଗୁରୁତ୍ବ ଦିଆଯାଉ ଇତ୍ୟାଦି ଅନେକ ଅର୍ଥନୀତି ସମ୍ପର୍କିତ କଥା। ତାଙ୍କ ଭାଷଣ ଶୁଣିଲେ ଲାଗେ ଯେମିତି କୋଉ ଅର୍ଥଶାସ୍ତ୍ର ଶ୍ରେଣୀ ଗୃହ (Economics class) ରେ ପାଠପଢା ଯାଉଛି। ଭାରି ବୋରିଙ୍ଗ, ଶ୍ରୋତା ଥାନ୍ତୁ କି ନ ଥାନ୍ତୁ, ସେମିତି ପଢେଇଲା ଭଳି କହି ଚାଲୁଥିବେ। ସବୁ ଭାଷଣରେ ଦେଶର ଅର୍ଥନୀତି ଭୁଶୁଡି ପଡ଼ିଯିବା କଥାକୁ ଦୋହରାଇଥାନ୍ତି। ଥରେ ମୁଁ ବାପାଙ୍କୁ ପଚାରିଲି ଯେ ଶିବାଜୀ ବାବୁଙ୍କ ପାଖକୁ ତ ଲୋକେ କାମ ନେଇ ଯାଉନାହାନ୍ତି କି ସେ ବି ଲୋକଙ୍କ କାମନେଇ କୋଉ ଅଫିସ ଦପ୍ତର ଯାଆନ୍ତିନି, ବଡ଼ ନେତା କେମିତି ହେଲେ ? ବାପା ହସି ହସି ମୁଁ ବୁଝିଲା ଭଳି ଦେଇଥିବା ଉତ୍ତର ମୋର ଏବେ ବି ମନେଅଛି।

ସେ ଆମର ଓ ପାର୍ଟିର ନେତା, ଆଉ ଆମେ ଲୋକଙ୍କର। ବାପାଙ୍କ ଠାରୁ ନନ୍ଦିନୀ ଦେବୀ ଓ ଶିବାଜୀ ବାବୁଙ୍କ ଜେଲରେ ଅନଶନ କଥା ଶୁଣି ମୁଁ ଉତ୍ତର ପାଇଯାଇଥିଲି। ଅନଶନରେ ଦୁହିଁଙ୍କର ଏମିତି ଅବସ୍ଥା ହେଲାଯେ, ଜେଲ କର୍ତ୍ତୃପକ୍ଷ ତାଙ୍କ ବାପା ମାନଙ୍କ ପାଖକୁ ସ୍ୱତନ୍ତ୍ର ଖବରଦାତାଙ୍କୁ ପଠାଇ ପିଲା ଦୁଇଟିର ଶବ ନେଇଯିବାକୁ କହିଥିଲେ। ଶେଷରେ ଦୁହିଁଙ୍କୁ ଚିକିତ୍ସା କରେଇବାକୁ ନେଇ ଅନଶନ ଭାଙ୍ଗିଦିଆଯାଇଥିଲା। ଚବିଶ ଘଣ୍ଟା ପାର୍ଟି ପାଇଁ ଉତ୍ସାର୍ଗୀକୃତ, ସାରା ଓଡିଶା ବୁଲିବାକୁ ପଡେ। କେତେବେଳେ କୋଉଠି। ତା ଭିତରେ ସାମ୍ୟବାଦୀ ପତ୍ରିକା ପାଇଁ ଲେଖା, ଶ୍ରମିକ ସଂଗଠନ କାମ, କେନ୍ଦ୍ର କମିଟି ବରାଦ ଇତ୍ୟାଦି। ଅବଶ୍ୟ ଦଳୀୟ ଫଣ୍ଡ ବା ଚାନ୍ଦା ଆଦାୟ କାମଟା ସେ କରି ପାରନ୍ତିନି। ଏପରିକି ଅନେକ ଥର ସେ ନିଜେ ପାର୍ଲିଆମେଣ୍ଟ ନିର୍ବାଚନରେ ଲଢିଲା ବେଳେ ବାପାଙ୍କୁ ସେ ଦାୟିତ୍ୱ ଟି ଦେଇଥାନ୍ତି। ବାପା ନ ପାରିଲା ବେଳକୁ ଗାଁରେ ଯାଇ ଜମି ଖଣ୍ଡେ ବିକି ଦେଇ କିଛି ଅର୍ଥ ଆଣି ମିଛରେ ଚାନ୍ଦା ଆଦାୟ କରିଛନ୍ତି ବୋଲି କୁହନ୍ତି।

ଏ ସବୁ ଆମେ ପରେ ଜାଣିଲୁ, ଯୋଉଦିନ CPM ର କେନ୍ଦ୍ରୀୟ ନେତାମାନଙ୍କ ଆଗରେ ବାପାଙ୍କର ଜମି ବାଡ଼ି ବିକା ବିରୁଦ୍ଧରେ ମୋ ବୋଉ ଅଭିଯୋଗ କଲା, ଆଉ ଶିବାଜୀ ବାବୁ ବୋଉର ଭାଷାକୁ କେନ୍ଦ୍ରୀୟ ନେତାଙ୍କୁ ଅନୁବାଦ କରି ବୁଝେଇଦେବା ସହ ବାପାଙ୍କୁ ତାଗିଦ କରି ପଚାରିବାରୁ ବାପା ସତ୍ୟ ପ୍ରକାଶ କରିଥିଲେ। ବାପାଙ୍କୁ ଚେତାବନୀ ଦିଆଯାଇଥିଲା। ସାମନ୍ତବାଦୀ ଢଙ୍ଗ ଛାଡି କମ୍ୟୁନିଷ୍ଟ ଭଳି ଚଳିବାକୁ ନିର୍ଧେଶ ଦିଆଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ବେଳେ ଅଧିକ ଦିନ ଭୂମିଗତ ନରହି ଆତ୍ମସମର୍ପଣ କରିବା ଭଳି ଚିନ୍ତାଧାରାକୁ ନିନ୍ଦା କରାଯାଇଥିଲା। ପାର୍ଟିର ସବୁ ତାଗିଦକୁ ବାପା ବି ସହି ଯାଇଥିଲେ। ତାର କେଇଦିନ ପରେ ରଣପୁରରେ ଏକ ନିର୍ବାଚନି ସଭା ହେଲା। ଜ୍ୟୋତି ବସୁ ଙ୍କ ସହ ଶିବାଜୀ ବାବୁ ଯାଇଥାନ୍ତି, ସେଦିନ ଆଉ ଅର୍ଥନୀତି ନ କହି, ବକ୍ତବ୍ୟ ଆରମ୍ଭରୁ “ରମେଶ ପଣ୍ଡା ଧର୍ଯ୍ୟର ମଣିନାଗ ପାହାଡ଼ ସଦୃଶ” କହି ବାପାଙ୍କୁ ପ୍ରଶଂସା ରେ ପୋତି ପକାଇଲେ। କାରଣଟା କାହାକୁ ଅଛପା ଥିଲେ ବି ବାପା ଠିକ ବୁଝୁଥିଲେ ଯେ, ଆଘାତ ପରେ ଏହା ପରୋକ୍ଷ ସାନ୍ତ୍ୱନା ଥିଲା ମାତ୍ର।

ସେତେବେଳେକୁ ପାର୍ଟି ଭିତରେ ଅନ୍ତର୍ଦ୍ୱନ୍ଦ ଆରମ୍ଭ ହୋଇ ଯାଇଥିଲା। ଶ୍ରମିକ ସଂଗଠନରେ ବିଭ୍ରାଟ। ଦଳୀୟ କର୍ମୀଙ୍କୁ ଦଳୀୟ କର୍ମୀ ହତ୍ୟା ଭଳି ସଙ୍ଗୀନ ଆରୋପ। ଗୋଟିଏ ଗୋଷ୍ଟି ଶିବାଜୀ ବାବୁଙ୍କ ନେତୃତ୍ୱକୁ ଆଉ ଗୋଟେ ଅଜୟ ବାବୁଙ୍କ ନେତୃତ୍ୱକୁ ସମର୍ଥନ କରିବା ଆରମ୍ଭ କରି ଦେଇଥାନ୍ତି। ନବେ ଦଶକ ପରେ ପରେ ଓଡ଼ିଶାରେ CPM ଦଳ ଭାଙ୍ଗି ଟୁକୁରା ଟୁକୁରା ହୋଇଚାଲିଲା। ୧୯୯୦ ମସିହା ବିଧାନସଭା ନିର୍ବାଚନର ଆସନ ବୁଝାମଣାରେ ରଣପୁର ଆସନଟିକୁ CPM କୁ ନ ଦେଲେ ଚଳିବ ବୋଲି ଶିବାଜୀ ବାବୁ, ବିଜୁବାବୁଙ୍କୁ କହିଥିବା କଥା ବାପା ସିଧାସଳଖ ବିଜୁଙ୍କ ମୁଂହରୁ ଶୁଣିଆସିବା ପରେ ଶିବାଜୀ ବାବୁଙ୍କ ପାଖକୁ ଇସ୍ତଫା ପତ୍ରଟିଏ ମୋ ହାତରେ ପଠେଇଦେଲେ। ତା ପରଠୁ ଦଳ ଓ ନେତାଙ୍କ ସହ ଆମର କୌଣସି ସମ୍ପର୍କ ନ ଥିଲା କହିଲେ ଚଳେ। ଦଳ ବି ବାପାଙ୍କ ସହ ଆଲୋଚନା କଲାନି। ଓଲଟା ସାନ ଭାଇକୁ ବାପାଙ୍କ ବିରୁଦ୍ଧରେ ବ୍ୟବହାର କରି ରଣପୁରରେ ପାର୍ଟିକୁ ସୁଧାରିବା ଅପଚେଷ୍ଟା କଲା। ସେ ବି କିଛିଦିନ ଗତେ CPM ଛାଡି ନକ୍ସଲ ହେଲା। ତାର ଅନେକ ଦିନ ପରେ ବାପାଙ୍କ ସ୍ୱର୍ଗବାସରେ ଶିବାଜୀ ବାବୁଙ୍କ ନେତୃତ୍ୱରେ CPM ନେତାମାନେ ଅବଶ୍ୟ ବିଜେଡ଼ି ପାର୍ଟି ଅଫିସ ଠାରେ ଫୁଲଟିଏ ଦେବାକୁ ଆସିଥିଲେ।

ସୁତରାଂ ଶିବାଜୀ ବାବୁଙ୍କ ଦେହତ୍ୟାଗରେ ନିଜର ଭାବାବେଗ ପ୍ରକାଶ କରିବାକୁ ମନସ୍ଥ କଲି। କାରଣ ତାଙ୍କ ମୁତ୍ୟୁର ଦଶ ବାର ଦିନ ପୂର୍ବରୁ ବୋଉ ପଚାରୁଥିଲା, ହଇରେ ପୁଅ !ଶିବାଜୀ ବାବୁ ଅଛନ୍ତି ଟି? ମୁଁ ହଁ ଭରି ବିରକ୍ତ ହୋଇ କହିଲି ଯେ, ତୁ ପରା ସବୁଦିନେ ଖବରକାଗଜ ପଢ଼ୁଛୁ, ଟିଭି ଦେଖୁଛୁ ଆଉ ପଚାରୁଛୁ କଣ ? ତାଙ୍କ ଦେହ ଅବଶ୍ୟ ଭଲ ନାହିଁ, ଚାଲି ବୁଲି ପାରୁନାହାନ୍ତି ବୋଲି ଶୁଣିଥିଲି। ନାଇଁ ଯେ, ୨-୩ ବର୍ଷ ହେଲା ସେ ଆମ ଦୁଆର ରାସ୍ତା ଦେଇ ଆଉ କାଇଁ ଯିବାଆସିବା କରିବା କଥା ତୁ କହୁନୁ ତ !! ସେଥିପାଇଁ ପଚାରି ଦେଲି ମ… କଥାଟା ମେଳ ଖାଇଲା ଭଳି ହେଲା। ଶିବାଜୀ ବାବୁଙ୍କ ଦେହାନ୍ତ ଖବର ପାଇଲା କ୍ଷଣି,ବୋଉକୁ ଜଣେଇଲି। ମା ପୁଅ ଦୁହେଁ ସେ ସମୟର ଅନେକ CPM ନେତା, କର୍ମୀ, ଆଉ ପିଲା ବେଳେ ରବିନ୍ଦ୍ର ମଣ୍ଡପରେ ଦେଖିଥିବା ଛତ୍ରପତି ନାଟକର ଅଜଣା କଳାକାରଙ୍କ ଭୂମିକାର ସାମଞ୍ଜସ୍ୟ ସହ ସାମ୍ୟବାଦୀ ନେତା ଶିବାଜୀ ବାବୁଙ୍କ କାର୍ଯ୍ୟଶୈଳୀକୁ ନେଇ ବହେ ଗପି ତାଙ୍କ ଆତ୍ମର ସଦଗତି କାମନା କଲୁ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

June 27, 2026
ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

June 27, 2026

Recent News

ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

June 27, 2026
ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

June 27, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version