ଓଡ଼ିଶା ତାଜା ନ୍ୟୁଜ୍ /୨୬ ମଇ ଗୁରୁବାର/ବରଗଡ଼ :- ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ବିଜୁ କଲ୍ୟାଣ ଯୋଜନା ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ଜରୀଆରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଅଧକ୍ଷତା କରିଥିଲେ । ଯୋଜନା ଜିଲ୍ଲା ନୋଡାଲ ଅଫିସର ଡାକ୍ତର ବସନ୍ତ କୁମାର ବାରିକ ଙ୍କ ସଂଯୋଜନା ଜିଲ୍ଲା ରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର କିପରି ସଫଳ ରୂପାୟନ ହୋଇପାରିବ ସେ ସଂପର୍କ ରେ ଆଲୋଚନା ହୋଇଥିଲା ।
ବିପିଏଲ ପରିବାର ଯେଉଁ ମାନେ ସରକାରୀ ଡାକ୍ତରଖାନା ରୁ ଘରୋଇ ବା ଜିଲ୍ଲା ରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ବା ଅନୁବନ୍ଧିତ ଥିବା ନର୍ସିଂ ହୋମ ଗୁଡିକ ରେ ସହଜରେ ଓ ସୁବିଧା ରେ ଚିକିତ୍ସା ପାଇପିରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ନର୍ସିଂ ହୋମ ଗୁଡିକ ରେ ସ୍ବାସ୍ଥ୍ୟ ଯୋଜନା ସଂପର୍କରେ ସଚେତନତା ପାଇଁ ପ୍ରାଚୀର ପତ୍ର ଲଗାଇବା, ଏବଂ ଏଥିପାଇଁ କାର୍ଯ୍ୟ ରତ ସ୍ବାସ୍ଥ୍ୟ ମିତ୍ର ମାନେ ସ୍ବାସ୍ଥ୍ୟ ସେବା କିପରି ହିତାଧିକାରୀ ପାଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଆହ୍ବାନ କରାଯାଇଥିଲା ।
ବୈଠକରେ ଜିଲ୍ଲାର ସମସ୍ତ ଘରୋଇ ଡ଼ାକ୍ତରଖାନା ଓ ନର୍ସିଂ ହୋମ ର ତତ୍ବାବଧାରକ ମାନେ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧୁ ଚରଣ ଦାସ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ବିଭୁତି ଭୁଷଣ ମେହେର, ଜିଲ୍ଲା ସଂଯୋଜକ ସଞ୍ଜିବ କୁମାର ପଟେଲ, ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ରାମ କୁମାର ଗୁପ୍ତା














