No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୬ ମଇ ଗୁରୁବାର/ପାରଳାଖେୁଣ୍ଡି :- ରାଜ୍ୟ ସରକାରଙ୍କ ଗାଁ ଠାରୁ ସହର ପାଇଁ ଯୋଗାଯୋଗ ପାଇଁ ନିର୍ମାଣ କରୁଛନ୍ତି ରାସ୍ତା ହେଲେ ଗଜପତି ଜିଲ୍ଲା ପ୍ରଶାସନ ର ଅବହେଳା ପାଇଁ ସାଧାରଣ ଲୋକେ ହେଉଛନ୍ତି ହନ୍ତସନ୍ତ I ଗଜପତି ଜିଲ୍ଲା ମୋହନା ବ୍ଲକ ର ସ୍ତାନୀୟ ପଞ୍ଚାୟତ ଠାରୁ ମାତ୍ର ୪ କି.ମି. ଦୂରରେ ଅବସ୍ଥିତ ହୁଏ ଗ୍ରାମ କୁ ଦୁଇ କିମି ରାସ୍ତା ନଥିବାରୁ ବହୁ ବାର ଅଭିଯୋଗ କରି ଆସିଛନ୍ତି ଗ୍ରାମ ବାସୀ I ହେଲେ କୌଣସି ସଫଳ ମିଳିନୀ ଯାହା ଦ୍ୱାରା ଗତ ବର୍ଷ ଡିସମ୍ବର ମାସ ରେ ଝିପି ଝିପି ବର୍ଷା ରେ ପ୍ରସବ ମହିଳା ଓ ନବଜାତ ଶିଶୁକୁ ଖଟିଆ ରେ ବହି ଆଣିଥିଲେ ଲୋକେ ତା ସତେ ମଧ୍ୟ ପ୍ରଶାସନ ର ନିଦ ଭାଙ୍ଗିଲା ନାହିଁ I
ଯାଦ୍ୱାରା ବୁଧୁବାର ଦିନ ଗ୍ରାମ ର ସେବତୀ ମଳିକ (୫୫) ଘରେ ପଡି ଯାଇ ଅଣ୍ଟା ରେ ଆଘାତ ଲାଗିବାରୁ ଗ୍ରାମ ବାସୀ ଦୁଳା କରି ଖାନ୍ଦ ରେ ପାହାଡିଆ ରାସ୍ତା ରେ ଦୁଇ କି.ମି. ବୋହି ଆଣି ଏକ ଅଟୋ ଭଡା କରି ମୋହନା ମେଡ଼ିକାଲ କୁ ଆଣିଥିଲେ I ସେବତୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ଆସୁତସ ଦାଶ ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି I ଗ୍ରାମ ବାସୀ ବାରମ୍ବାର ଅଭିଯୋଗ ଏବଂ ଚିଠି ମାଧ୍ୟମ ରେ ନିଜର ଦୁଃଖ ଜିଲ୍ଲାପାଳ ଙ୍କ ଠାରୁଆରମ୍ଭକରିନେତା ମନ୍ତ୍ରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନି ଆଗକୁ ଆଉରି କେତେ ଯେ ରୋଗୀ ଏଭଳି ବୁହା ହେବେ ଖଟିଆରେ ଏବଂ ଦୁଳା ରେଆଗକୁ ଦେଖିବକୁ ବାକି ରହିଲା l

No Result
View All Result