ଦଶପଲ୍ଲା ପ୍ରେସ କ୍ଲବ ର ନୂତନ ଗୃହ ଉଦ୍ଘାଟନ ଏବଂ ୧୧ତମ ବାର୍ଷିକ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର/ଦଶପଲ୍ଲା :- ସମଗ୍ର ନୟାଗଡ ଜିଲ୍ଲା ରେ ଦଶପଲ୍ଲା ବ୍ଲକ ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ୍ ଚର୍ଚ୍ଚାରେ ରହିଆସିଛି।ଏହି ପଛୁଆ ଅଞ୍ଚଳରେ ଦୃନିତି,ଅନିତି,କୁ ଲିପ୍ତ କରିବା ଓ ଜଣେ ସାଧାରଣ ଗରିବ ଶ୍ରେଣୀ ର ଲୋକମାନଙ୍କ ସ୍ୱର କୁ ସରକାର ଙ୍କ ପାଖେ ପହଞ୍ଚାଇ ଗରିବ ପରିବାରରେ ହସ ଫୁଟାଇ ଥାନ୍ତି ଦଶପଲ୍ଲା ର ଏହି ପ୍ରେସ କ୍ଲବ ର ସାମ୍ବାଦିକ ମାନେ। 

ସମାଜ ସେବା ହେଉ କି ଲୋକମାନଙ୍କୁ ସାହାଯ୍ୟ କରିବା ରେ ହେଉ ପ୍ରଥମ ସ୍ଥାନ ରେ ଥାଏ ଦଶପଲ୍ଲା ର ପ୍ରେସ କ୍ଲବ। ଦଶପଲ୍ଲା ର ଏହି ପ୍ରେସ କ୍ଲବ ଟି ଦୀର୍ଘ ଦିନ ଧରି ଭଡ଼ା ଘରେ ରହି କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବେଳେ କୌଣସି ସ୍ଥାୟୀ ଘର ଟିଏ‌ ନଥିଲା । କିନ୍ତୁ ବର୍ତ୍ତମାନ ର ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନିଜସ୍ଵ ପାଣ୍ଠିରୁ ଅର୍ଥ ପ୍ରଦାନ କରି ଏକ ନୂତନ ଘର ନିର୍ମାଣ କରାଯାଇଛି ।

ଆଜି ଦଶପଲ୍ଲା ପ୍ରେସ କ୍ଲବ ର ୧୧ ତମ ବାର୍ଷିକ ଉତ୍ସବ ଏବଂ ନୂତନ ଘର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ,ନୟାଗଡ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିର୍ଦ୍ଧାଥ ଚନ୍ଦ୍ର ରାୟ,

ଦଶପଲ୍ଲା ବିଡ଼ିଓ ବିଶ୍ଵ ରଞ୍ଜନ ବିଶ୍ବାସ,ଦଶପଲ୍ଲା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବବ୍ରତ କର ଯୋଗ ଦେଇଥିଲେ ।ଏଥି ସହ ସମଗ୍ର ଜିଲ୍ଲା ର କୋଣ ଅନୁକୋଣ ରୁ ବହୁ ସାମ୍ବାଦିକ ବନ୍ଧୁ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏବଂ ଶେଷରେ ପ୍ରେସ କ୍ଲବ ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କହିଥିଲେ କିଭଳି ସମଗ୍ର ଓଡ଼ିଶାରେ ସାମ୍ବାଦିକ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ର ରେ‌ ଅବହେଳିତ ନ ହୁଅନ୍ତି ସେ ଦିଗରେ ସରକାର ଧ୍ୟାନ ରଖିବେ ।