ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସହଯୋଗ ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର /କଟକ :- ବିପଦର ବନ୍ଧୁ ସେବା ସଂଗଠନ, କିଶୋରନଗର କଟକ ସଦର ପକ୍ଷରୁ ସ୍ଥାନୀୟ ମାନଭଞ୍ଜନ ମହାରଣାଙ୍କ ପରିବାରକୁ ରାସନ ସାମଗ୍ରୀ ଶୁଖିଲା ଖାଦ୍ୟ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ଶ୍ରୀ ମହାରଣା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ କିଛି ଦିନ ହେଲା ଦୁରାରୋଗ୍ୟରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରିବାର ପ୍ରତିପୋଷଣ କରିବାକୁ ଅସମର୍ଥ ହୋଇ ପଡିଛନ୍ତି |

ଏହି ମହତ ସେବା କାର୍ଯ୍ୟକ୍ରମରେ କ୍ଷିତୀନ୍ଦ୍ର ମିତ୍ର,କୈଳାସ ଚନ୍ଦ୍ର ଦାସ,ଲିଆକତ ଅଲ୍ଲୀ,ଆସିଫ ଅଲ୍ଲୀ,ଭୈରବ ଚନ୍ଦ୍ର ସେଠି,ସୁଧାକର ଦାସ,ଜଗନ୍ନାଥ ମଲ୍ଲିକ,ବିପିନ ବାରିକ,ନାରାୟଣ ଦାଶ , ଆଲୋକ ମଣ୍ଡଳ,ପବିତ୍ର ମୋହନ ବିଷୋୟୀ,ହଲିମ ଖାଁ, ବିମଲ ଗୋସ୍ୱାମୀ ପ୍ରମୁଖ ସଙ୍ଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ |