• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅତୀତ କୀର୍ତ୍ତି ଓ ବର୍ତ୍ତମାନର ପରିସ୍ଥିତିକୁ ନେଇ : ବ୍ରଜରାଜନଗର ରେ ଲଢେଇ କୁ ଓହ୍ଲାଇଛି କଂଗ୍ରେସ – ଆରମ୍ଭ ହେବ ପରିବର୍ତ୍ତନ ର ସ୍ୱର

Proprietor Abhimanyu Maharana by Proprietor Abhimanyu Maharana
May 25, 2022
in ଓଡ଼ିଶା, ବରଗଡ଼, ରାଜନୀତି, ହୋମ୍
0
ଅତୀତ କୀର୍ତ୍ତି ଓ ବର୍ତ୍ତମାନର ପରିସ୍ଥିତିକୁ ନେଇ : ବ୍ରଜରାଜନଗର ରେ ଲଢେଇ କୁ ଓହ୍ଲାଇଛି କଂଗ୍ରେସ – ଆରମ୍ଭ ହେବ ପରିବର୍ତ୍ତନ ର ସ୍ୱର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର /ବରଗଡ :- ଅତୀତ ର କୀର୍ତ୍ତି ଓ ବର୍ତ୍ତମାନର ପରିସ୍ଥିତିକୁ ନେଇ ବ୍ରଜରାଜନଗର ରେ ଉପ ନିର୍ବାଚନ ଲଢେଇ କୁ ଓହ୍ଲାଇଛି ଭାରତୀୟ ଜାତୀୟ କଂଗ୍ରେସ ଏବଂ ବ୍ରଜରାଜନଗର ରୁ ଆରମ୍ଭ ହେବ ପରିବର୍ତ୍ତନ ର ସ୍ୱର ବୋଲି ବରିଷ୍ଠ କଂଗ୍ରେସ ନେତା,ପୁର୍ବତନ ମନ୍ତ୍ରୀ ତଥା ଉପ ନିର୍ବାଚନ ର ସଂଯୋଜକ ଜଗନ୍ନାଥ ପଟ୍ଟନାୟକ କହଛନ୍ତି । ଆଜି ସ୍ଥାନୀୟ ହୋଟେଲ ଗଣପତି ରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମଗ୍ର ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଅମଳରେ ହୋଇଥିବା ଉନ୍ନୟନ କାର୍ଯ୍ୟ ଯେଉଁଥିରେ କି ବଡ ବଡ କଳ କାରଖାନା ର ପ୍ରତିଷ୍ଠା ହୋଇଥିଲା ,ଆଜି ସେ ସବୁ ବିକ୍ରି ହୋଇଯାଇଅଛି କିମ୍ବା ବନ୍ଦ ହୋଇଯାଇଅଛି ।

ଆଜି ସ୍ଥାନୀୟ ସମସ୍ୟା କୁ ଉଭୟ ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର ଅଣଦେଖା କରି କେବଳ ଅବାନ୍ତର କଥା ରେ ଲୋକଙ୍କୁ ଭୂୟାଁ ବୁଲାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ।ସେ ଆହୁରି କହିଥିଲେ ଯେ କେନ୍ଦ୍ର ସରକାର ୮ ବର୍ଷ ର ଶାସନ ମଧ୍ୟରେ ଚାଷୀ ଙ୍କ ଆୟ ଦ୍ଵିଗୁଣିତ ହେବ, ସମସ୍ତ ଲୋକଙ୍କ ବ୍ୟାଙ୍କ୍ ଖାତା ରେ ୧୫ ଲକ୍ଷ ଟଙ୍କା ଜମା ହେବ, କୋଟି କୋଟି ଯୁବକ ଙ୍କୁ ଚାକିରୀ ଦିଆଯିବ ,ଦେଶ ରୁ ଦୁର୍ନୀତି ଦୂର ହେବ ବୋଲି ହେଲେ ଆଜି ଦେଶ ରେ ସବୁଠୁ ବେଶୀ ବେକାରୀ ,ଚାଷୀ ସବୁଠି ହନ୍ତସନ୍ତ ଅବସ୍ଥା ରେ କେବଳ ଧର୍ମ ନାମରେ ଦେଶ ରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ।

ସେହିଭଳି ରାଜ୍ୟ ସରକାର ସମଗ୍ର ରାଜ୍ୟ ରେ କଂଗ୍ରେସ ଅମଳରେ ଛିଡ଼ା କରାଇଥିବା କଳା କାରଖାନା କୁ ଶାଗ ମାଛ ଦରରେ ବିକ୍ରୀ କରିଦେଇଛୁ ନତୁବା ସରକାରୀ ଉଦାସୀନତା ଯୋଗୁଁ ସେଗୁଡିକ ବନ୍ଦ ହୋଇଯାଇଅଛି।ଫଳ ସ୍ୱରୁପ ଆଜି ରାଜ୍ୟ ରେ ମଧ୍ୟ ବେକାରୀ ସମସ୍ୟା ହୁ ହୁ ହୋଇ ବଢ଼ିଛି ତଥା ଦାଦନ ସମସ୍ୟା ଉଗ୍ର ରୂପ ଧାରଣ କରିଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟେ ଘୋଷଣା କରିଥିଲେ ଯେ କୃଷି ଓ କୃଷକ ର ଉନ୍ନତି ହେବା ସହ ଆୟ ଦ୍ଵିଗୁଣିତ ହେବ ବୋଲି ନିର୍ବାଚନୀ ବୈତରଣୀ ପାରି ହୋଇଥିଲେ ହେଲେ ଆଜି କୃଷିକ୍ଷେତ୍ର ସମ୍ପୂର୍ଣ୍ଣ ଅବହେଳିତ ହୋଇଥିବା ବେଳେ କୃଷକ ତଳିତଳାନ୍ତ ହୋଇ କେବଳ ରାଜ ରାସ୍ତା ରେ ଆନ୍ଦୋଳନ କରୁଛି ଏବଂ ପୋଲିସ ର ଲାଠି ଖାଉଛି ।

ବ୍ରଜରାଜନଗର ର କୋଇଲା ଖଣି ର ଆଲୋକ ରେ ସମଗ୍ର ରାଜ୍ୟ ଆଲୋକିତ ହେଉଥିବା ବେଳେ ଆଜି ବ୍ରଜରାଜନଗର ବାସୀ ସମ୍ପୂର୍ଣ୍ଣ ଉପେକ୍ଷିତ । ସମଗ୍ର ଅଞ୍ଚଳ ରେ ଗୋଟିଏ ମଧ୍ୟ ସରକାରୀ ମହାବିଦ୍ୟାଳୟ ସରକାର ପ୍ରତିଷ୍ଠା କରି ନଥିବା ବେଳେ,ଆଜି ଯାଏ ଜନ ସାଧାରଣ ପିଇବା ପାଣି ମଧ୍ୟ ଠିକଠାକ ଭାବରେ ପାଇନାହାନ୍ତି । ଶିଳ୍ପ ପ୍ରତିଷ୍ଠା ତ ଦୂରର କଥା ଲାଭ ରେ ଚାଲୁଥିବା ଓରିଏଣ୍ଟ ପେପର ମିଲ ମଧ୍ୟ ବନ୍ଦ ହୋଇ ପଡ଼ିଛି । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ହୁଏତ ଆମେ ଜନ ସାଧାରଣ ଙ୍କ ବହୁ ଗୁଡ଼ିଏ କାର୍ଯ୍ୟ କରି ପାରିନଥିବୁ ,ତାଙ୍କ ର ଅସ୍ଥା ଭାଜନ ହୋଇ ପାରିଲୁ ନାହିଁ, ବୋଲି ଆମେ ଆଜି ୨୨ ବର୍ଷ ରୁ ଉର୍ଦ୍ଧ୍ବ ହେଲା ସରକାର ରେ ନାହୁଁ କିନ୍ତୁ ଏଇଟା ସତ ଯେ ବ୍ରଜରାଜନଗର ହେଉ କି ବରଗଡ ହେଉ ଯାହା ବି କଳା କାରଖାନା ଥିଲା ସବୁ କଂଗ୍ରେସ ଅମଳରେ ହୋଇଛି ,ଆଜି ଏମାନେ ତାହା ବିକ୍ରି କରିଦେଇଛନ୍ତି ବା ସେଗୁଡିକ ବନ୍ଦ ହୋଇ ପଡ଼ିଛି ।

ସେ ଆହୁରି କହିଥିଲେ ଯେ ଆଜି ଓଡିଶା ର ଜୀବନ ରେଖା ମହାନଦୀ ସମ୍ପୂର୍ଣ୍ଣ ଶୁଷ୍କ ହୋଇ ପଡିଥିବା ବେଳେ ସେପଟେ ଛତିଶଗଡ଼ ରେ ମହାନଦୀ ପାଣି ଉଛୁଳୁଛି । ଏହି ବିଷୟ ର ଏବେ ଟ୍ରିବୁନାଲ ଅଧୀନରେ ଥିବା ବେଳେ ଟ୍ରିବୁନାଲ ବି ନୀରବ ଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ତତ୍ୱରତା ପ୍ରକାଶ କରୁନାହାନ୍ତି । ଏହି ବିଷୟ ରେ ଦଳୀୟ ରାଜନୀତି ରୁ ଉର୍ଦ୍ଧ୍ବ ରେ ଉଠି ସମସ୍ତେ ଏକ ହୋଇ ଲଢେଇ କରିବା ଜରୁରୀ ଅଟେ । ଛତିଶଗଡ଼ ରେ କଂଗ୍ରେସ ଦଳର ସରକାର ଅଛି ଓ ଆମ ମୂଖ୍ୟମନ୍ତ୍ରୀ ନଦୀ ର ଜଳ ନିଷ୍କାସନ ର ବିଧି ବ୍ୟବସ୍ଥା ଅନୁଯାୟୀ ସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି । ତେଣୁ ସମସ୍ତେ ଗୋଟିଏ ଟେବୁଲ ରେ ବସି ଆଲୋଚନା କରିବା ଜରୁରୀ ବୋଲି ସେ କହିଛନ୍ତି ।

ଏହି ସବୁ ବିଷୟ କୁ ନଜର ରେ ରଖିଲେ ଜନ ସାଧାରଣ ଙ୍କ ଆକ୍ରୋଶ ର ଶିକାର ଉଭୟ ଦଳ ହେବେ ଓ କଂଗ୍ରେସ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଉଭୟ ବିଜେଡି ଓ ବିଜେପି ର ଅର୍ଥବଳ ଆଗରେ କଂଗ୍ରେସ କେମିତି ଜିତିବ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତର ରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଅତୀତ ରେ କଂଗ୍ରେସ କରିଥିବା କାର୍ଯ୍ୟ ଓ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ହିଁ ଆମେ ଆଶା କରୁଛୁ ଯେ ଆମେ ନିଶ୍ଚୟ ଜିତିବୁ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବରଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ ମଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ନେତା ନିପନ ଦାଶ,ବ୍ରହ୍ମା ମହାକୁର,ସରୋଜ ଷଡ଼ଙ୍ଗୀ, ପାଣ୍ଡବ କର୍ଣ୍ଣ, ଅନନ୍ତ ତାଣ୍ଡି, ସୁଧୀର ଜେନା,ଦେବୁ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version