ରାୟଗଡ଼ ସରପଞ୍ଚଙ୍କ ଦ୍ଵାରା ପାନୀୟ ଜଳର ପ୍ରକଳ୍ପ ଉଦ୍ଘାଟିତ…

ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ଗଜପତି ଜିଲ୍ଲା :- ରାୟଗଡ଼ ସଦମହକୁମାରେ ଦୀର୍ଘବର୍ଷ ଧରି ଅଚଳ ଅବସ୍ଥାରେ ରହିଥିବା ପାନୀୟ ଜଳର ପ୍ରକଳ୍ପକୁ ପୁନରୁଦ୍ଧାର କରି ଲୋକଙ୍କ ହିତପାଇଁ ମଙ୍ଗଳବାର ଲୋକାର୍ପିତ କରୁଛନ୍ତି ରାୟଗଡ଼ ସରପଞ୍ଚ ଶ୍ରୀମତୀ ସୁଷମା ଶବର। ସୂଚନାଯୋଗ୍ୟଯେ ରାୟଗଡ଼ ଖ୍ରୀଷ୍ଟିଆନ ସାହିରେ ବସୁଧା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ସମସ୍ତ ସାହିମାନଙ୍କୁ ପାନୀୟ ଜଳ ଯୋଗାଣ କରାଯାଉଥିଲା କିନ୍ତୁ ପର୍ବତ ସାହି, ବ୍ୟାଙ୍କ ସାହି, ପୁରୁଣା ପାଷ୍ଟର ସାହି, ଥାନା ପଛପଟ ସାହି ଇତ୍ୟାଦି ସାହି ପାଣି ପାଇବାରୁ ବଞ୍ଚିତ ହେଉଥିଲେ । ସଂପୃକ୍ତ ସାହିର ଲୋକେ ଅନେକ ବର୍ଷ ହେବ ପାଣି ପାଇବା ପାଇଁ ଅନେକ ନେତା ଓ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ଯ କେହି କର୍ଣ୍ଣ ପାତ କରିନଥିଲେ।

କିନ୍ତୁ ଚଳିତ ବର୍ଷ ନବନିର୍ବାଚିତ ହୋଇଥିବା ୱାର୍ଡ ସଭ୍ୟା ଶ୍ରୀମତି ସସ୍ମିତା ଛିଞ୍ଚାନୀ ଗ୍ରାମର ଯୁବକ ନମୁଏଲ୍ ମିଶାଲ୍, ଯୋତିଲାଲ ସ୍ୱାଲସିଂ, ଜିବିଶିୟ ସ୍ୱାଲସିଂ, ରକି ମିଶାଲ, ନିହିମୀୟ ସ୍ୱାଲସିଂ, ଜିହୋବା ଛିଞ୍ଚାନି ପ୍ରମୁଖଙ୍କ ପ୍ରଚେଷ୍ଟାରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବ୍ଲକ୍ ଅଧ୍ୟକ୍ଷା ପୂର୍ଣ୍ଣବାସି ନାୟକଙ୍କୁ ଭେଟି ଜଳକଷ୍ଟ ବିଷୟରେ କହିଥିଲେ । ଅଧ୍ୟକ୍ଷା ତୁରନ୍ତ ଏହାର ସମାଧାନ ପାଇଁ ବିଡ଼ିଓ ଓ ପାନୀୟଜଳ ଓ ପରିମଳ ବିଭାଗ ଅଧିକାରୀଙ୍କ ସହିତ କଥାହୋଇ ତୁରନ୍ତ ଏହାର ସମାଧାନର ପ୍ରତିଶ୍ରୁତି ଦେଇ ସ୍ଵତନ୍ତ୍ର ନଜର ଦେଈ ପ୍ରକଳ୍ପ ପୁନରୁଦ୍ଧାର କରାଇଥିଲେ।

ତେବେ ଆଜି ସରପଞ୍ଚ ମୁଖ୍ୟ ଅତିଥି ଭାବେ ଯୋଗୋଦେଇ ଏହାର ଶୁଭ ଉଦଘାଟନ କରିଥିବା ବେଳେ ୱାର୍ଡ ସଭ୍ୟା ସସ୍ମିତା ଛିଞ୍ଚାଣି, ପଞ୍ଚାୟତ ଅଧିକାରୀ ଶ୍ରୀ ପାତ୍ର, ରାୟଗଡ଼ ଚର୍ଚ୍ଚର ଦିକନ ନହସନ୍ ସ୍ୱାଲସିଂ, ପୁର୍ବତନ ଅଧ୍ୟକ୍ଷ ନବକିଶୋର ଶବର ପ୍ରମୁଖ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ତେବେ ଚାରିବର୍ଷ ପରେ ପାଣି ପାଇଥିବା ହେତୁ ନେତା ଓ ପ୍ରଶାସନକୁ ଧନ୍ୟବାଦ୍ ଜଣାଇଛନ୍ତି ସ୍ଥାନୀୟ ଲୋକେ।