ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର /ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଆଜି ଜଟଣୀ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଉପ ଜିଲ୍ଲାପାଳ ଦେଵବ୍ରତ ସାହୁ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ,ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ,ଅତିରିକ୍ତ ଜିଲ୍ଲାପାଳ ସୁଚେତା ମହାପାତ୍ର,ଜଟଣୀ ବିଡ଼ିଓ ସରୋଜ ରାଉତ, ତହସିଲଦାର ତପନ ମହାପାତ୍ର ଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ ।

ଆଜିର ଏହିଅଭିଯୋଗ ଶୁଣାଣି ଶିବିରରେ ୨୨୨ ଗୋଟି ବିଭିନ୍ନ ସଂକ୍ରାନ୍ତିୟ ଅଭିଯୋଗର ଦରଖାସ୍ତ ଗ୍ରହଣ କରାଯାଇଥିଲା ତନ୍ମଧ୍ୟରୁ ୩୩ ଟି ଦରଖାସ୍ତର ତୁରନ୍ତ ଫଇସଲା କରାଯିବା ସହିତ ୧୩ ଜଣଙ୍କୁ ୧,୩୫,୦୦୦ (ଏକଲକ୍ଷ ପଞ୍ଚତିରିସି ହଜାର) ରେଡ଼କ୍ରସ ତରଫରୁ ସରକାରୀ ସାହାଯ୍ୟ ଦିଆଯାଇଛି । ସେହିପରି ୧୨ ଜଣ ଭିନ୍ନକ୍ଷମ / ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ ଓ ହୁଇଲ ଚେଆର ଏବଂ ମୋ'ସ୍କୁଲ ଅନ୍ତର୍ଗତ ୧୨ଟି ବିଦ୍ୟାଳୟକୁ ପଟ୍ଟା ଓ ଆଠଟି ପଞ୍ଚାୟତକୁ ଅଳିଆ ବୁହା ଟ୍ରଲିରିକ୍ସା ବଣ୍ଟନ କରାଯାଇଥିଲା ।