No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୩ ମଇ ସୋମବାର/ବରଗଡ଼ :- ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ସରଣ୍ଡାପାଲିଠାରେ ଏକ ସଡ଼କ ଦୁର୍ଘଟଣା ରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ପ୍ରକାଶ ଯେ, ଆଜି ସକାଳୁ ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ ସନ୍ତୋଷିନୀ ଏକ ମୋଟରସାଇକେଲ (ସିଜି ୧୧ଏଡି ୨୪୩୩)ରେ ପଥର୍ଲା ଗ୍ରାମକୁ ଏକ ବାହାଘରକୁ ଯାଉଥିଲେ ।
ଏହି ସମୟରେ ସରଣ୍ଡାପାଲି ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା କାର୍ (ସିଜି ୦୪ ଏନ୍ଟି ୧୧୦୧) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗଣେଶଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ସନ୍ତୋଷିନୀଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ।
ତେବେ ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । କାର୍ଟି ବନ୍ଧପାଲିର ଗ୍ରାମ ର ବୋଲି ପୋଲିସ ଜାଣିବାକୁ ପାଇଛି । ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାର୍ ଚାଳକ ରାହୁଲ ଗୋୟଲଙ୍କୁ ପୋଲିସ ଅଟକ ରଖିଛି । ତଦନ୍ତ ଜାରି ରହିଛି ।

No Result
View All Result