No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୧ ମଇ ଶନିବାର/ ବରଗଡ଼ :- ଲକ୍ଷାଧିକ ଟଙ୍କା ବ୍ୟୟ ରେ ପୈାର ପରିଷଦ ଦ୍ବାରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ବହୁ ପ୍ରତୀକ୍ଷା ପରେ ଗତ ବର୍ଷ ଅଗଷ୍ଟ ୨୦ ତାରିଖ ଦିନ ତତ୍କାଳୀନ ପୈାର ପ୍ରଶାସିକା ତଥା ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଦଘାଟନ ପରେ ଘରୋଇ ବସ ଗୁଡିକ ଉକ୍ତ ଷ୍ଟାଣ୍ଡରୁ ଚଳପ୍ରଚଳ ହୋଇଥିଲା । ସେଠାରେ ଥିବା ଦୋକାନ ବଜାର ମଧ୍ୟ ଚଳଚଞ୍ଚଳ ହୋଇଥିଲା । କିନ୍ତୁ କିଛି ମାସ ପରେ ନୂତନ ବସଷ୍ଟାଣ୍ଡ ରେ ପାନୀୟଜଳ ଓ ଶୈ ।
ଚାଳୟ ନଥିବାରୁ ଯାତ୍ରୀମାନେ ହଇରାଣ ହେଉଥିବା ଦର୍ଶାଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଜଣାଇବା ସହ ବସ୍ ଗୁଡ଼ିକ ପୁରୁଣା ବସଷ୍ଟାଣ୍ଡ ରୁ ଚଳାଇଥିଲେ । ଏଇ ସାମାନ୍ୟ କାର୍ଯ୍ୟ ପାଇଁ ପୈାର ପରିଷଦ ଦୃଷ୍ଟି ଦେଇ ନ ଥିବାରୁ ନୂତନ ବସଷ୍ଟାଣ୍ଡ ଏବେ ସେମିତି ପଡ଼ିରହିଛି । ଫଳରେ ସେଠାରେ ନିଜ ପେଟପାଟଣା ପାଇଁ ଦୋକାନ ବଜାର କରିଥିବା ବ୍ୟକ୍ତିଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି ।
ସେଠାରେ ପାନୀୟ ଜଳ ଓ ଶୈ । ଚାଳୟ ଶିଘ୍ର ନିର୍ମାଣ କରି ନୂତନ ବସଷ୍ଟାଣ୍ଡ କୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସେଠାକାର ଦୋକାନ ବଜାର ସଂଘ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲ ଏବଂ ପୈାର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନାଙ୍କୁ ପ୍ରଦାନ କରିଥିଲେ ।

No Result
View All Result